୨ ସିଆରପିଏଫ ଯବାନ ଆହତ
ବିଜାପୁର: ଛତିଶଗଡ଼ର ବିଜାପୁରରେ ଆଜି ଆଇଇଡି ବିସ୍ଫୋରଣ ଘଟି ୨ ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଆହତ ଦୁଇ ଯବାନ ସିଆରପିଏଫ୍ ୮୫ ବାଟାଲିୟନର। ଉଭୟଙ୍କୁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ରାୟପୁର ସ୍ଥାନାନ୍ତର କରାଯାଇଛି। ବିଜାପୁର ଏସ୍ପି କହିଛନ୍ତି ଯେ ଜିଲ୍ଲାର ଗଙ୍ଗାଲୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଏହି ଆଇଇଡିକୁ ନକ୍ସଲମାନେ ଲଗାଇଥିଲେ। ଆହି ଯବାନ ଦ୍ୱୟଙ୍କ ରାୟପୁରକୁ ଏୟାରଲିଫ୍ଟ କରାଯାଇଛି।