ଗଡ଼ିଲା ବନ୍ଦେ ଭାରତ
ବାହାନଗା : ହାୱଡାରୁ ପୁରୀ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ସୁପରଫାଷ୍ଟ ଏକ୍ସପ୍ରେସ୍ ସୋମବାର ସକାଳେ ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ପଣପଣା ଷ୍ଟେସନ୍ ଦେଇ ଚଳାଚଳ କରିଛି। ସୂଚନା ଅନୁଯାୟୀ ଏଠାରେ ନିର୍ଦ୍ଧାରିତ ସମୟର ୧୫ ମିନିଟ୍ ବିଳମ୍ବରେ ଚଳାଚଳ କରୁଥିଲା। ଏହି ଷ୍ଟେସନ୍ ନିକଟରେ ବନ୍ଦେ ଭାରତ ସୁପରଫାଷ୍ଟ ଏକ୍ସପ୍ରେସ୍ ଧୀର ଗତିରେ ଯାଇଥିବା ଜଣାଯାଇଛି। ଟ୍ରାକ୍ ମରାମତି ପରେ ଏହି ରାସ୍ତାରେ ରେଳ ଚଳାଚଳ ସ୍ବାଭାବିକ ଆରମ୍ଭ ହୋଇଛି।
ସକାଳ ୯ଟାରେ କରମଣ୍ଡଳ ଏକ୍ସପ୍ରେସ୍ ବି ଅତିକ୍ରମ କରିଛି ଦୁର୍ଘଟଣା ସ୍ଥଳ। ବାହାନଗା ଟ୍ରେନ ଦୁର୍ଘଟଣା ପରେ କ୍ଷତିଗ୍ରସ୍ତ ହୋଇଥିବା ରେଳଲାଇନକୁ ମରାମତି କରାଯାଇଛି। ଟ୍ରାକ୍ ମରାମତି ପରେ ରାତିରେ ପ୍ରଥମେ ମାଲବାହୀ ଟ୍ରେନ୍ ଗଡ଼ିବା ପରେ ସକାଳେ ଗଡ଼ିଛି ଯାତ୍ରୀବାହୀ ଟ୍ରେନ୍।