ଆଉ ଏକ ଟ୍ରେନ ଦୁର୍ଘଟଣାଗ୍ରସ୍ତ
ବାହାନଗା : ଗତ ଶୁକ୍ରବାର ବାଲେଶ୍ୱର ଜିଲ୍ଲାର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିବା ବେଳେ ଆଜି ସକାଳେ ବରଗଡ଼ ଜିଲ୍ଲାର ମେଣ୍ଢାପାଲି ନିକଟରେ ଏକ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନ୍ଟି ଲାଇନଚ୍ୟୁତ ହୋଇଛି। ଫଳରେ ୫ଟି ଡବା ଓଲଟି ପଡ଼ିଛି। ତେବେ ଏଥିରେ କେହି ହତାହତ ହୋଇନାହାନ୍ତି।
ଏହି ମାଲବାହୀ ଟ୍ରେନଟି ବରଗଡ଼ ଜିଲା ଡଙ୍ଗୁରିରୁ ଚୁନପଥର ନେଇ ଏସିସି ସିମେଣ୍ଟ କାରଖାନାକୁ ଯାଉଥିଲା।
ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି ଯେ ଏହି ଦୁର୍ଘଟଣା ସହିତ ଭାରତୀୟ ରେଳର କୌଣସି ସଂପର୍କ ନାହିଁ। ଉକ୍ତ ମାଲବାହୀ ଟ୍ରେନଟି ଏକ ଘରୋଇ ସିମେଣ୍ଟ କମ୍ପାନୀର। ଆଉ ଏହାକୁ ଚଲାଇବା ପାଇଁ ଯାହା କିଛି ଭିତ୍ତିଭୂମିର ଆବଶ୍ୟକତା ରହିଛି, ତାହା ଉକ୍ତ କମ୍ପାନୀ କରିଛି। ସେହି କମ୍ପାନୀ ଉକ୍ତ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ମଧ୍ୟ କରେ।