ଢେଙ୍କାନାଳରେ ସାତଶହ ପଞ୍ଚାଅଶି ୟୁନିଟ ରକ୍ତ ସଂଗ୍ରହ
ଢେଙ୍କାନାଳ: 5.06.23(ସା ଆ ମେ ) : ସାରା ଦେଶରେ ଶୋକ ସୃଷ୍ଟି କରିଥିବା ଲୌହଦାନଵ କରମଣ୍ଡଳର ଦୁର୍ଘଟଣାରେ ମୃତକ ଓ ଆହତଙ୍କ
ପରିବାର ମର୍ମାହତ ହୋଇଥିବା ବେଳେ ରାଷ୍ଟ୍ରର ଅପୂରଣୀୟ କ୍ଷତି କେତେ ପରିମାଣରେ ଘଟିଛି ତାହା ଚିନ୍ତାଜନକ ସ୍ଥିତିରେ ଥିଲାବେଳେ ଏଭଳି ସ୍ଥିତିର ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାନେ ମୃତକ ଓ ଆହତଙ୍କ ପରିବାରକୁ ଆର୍ଥିକ ଓ ସେବାଗତ ସହାୟତା ଘୋଷଣା କରୁଥିବାବେଳେ ଢେଙ୍କାନାଳ ଜିଲ୍ଲାବାସୀ ରକ୍ତଦେଇ ଆହତଙ୍କ ଜୀବନବଞ୍ଚାଇବାରେ ପ୍ରୟାସ ଜାରି ରଖିଛନ୍ତି! ବିଭିନ୍ନ ସାମାଜିକ ଅନୁଷ୍ଠାନ, ସରକାରୀ କର୍ମଚାରୀ, ଗ୍ରାମାଞ୍ଚଳ ମହିଳା, ଯୁବକ, ରକ୍ତଦାତା ସ୍ବେତ୍ସାକୃତ ଭାବେ ରକ୍ତଦାନ କରିବା ସହ ବୀର ବାଳକ ବାଜିରାଉତ ଦେଶ ପାଇଁ ଛାତିର ରକ୍ତ ଦାନର ପ୍ରମାଣ କରିଛି! ଢେଙ୍କାନାଳ ବ୍ଲଡ଼ବ୍ୟାଙ୍କର ସୂଚନା ଅନୁଯାଇ ସାତଶହ ପଞ୍ଚାଅଶି ଇୟୁନିଟ ରକ୍ତ ସଂଗ୍ରହ କରାଯାଇଛି! ଏଭଳି ପ୍ରୟାସକୁ ବରିଷ୍ଟ ବୁଦ୍ଧିଜୀବୀମାନେ ରକ୍ତଦାତମାନଙ୍କୁ ପ୍ରଶଂସା କରିଥିବାବେଳେ ଜରୁରୀ ସ୍ଥିତିରେ ଅଧିକରୁ ଅଧିକ ରକ୍ତଦାନଦେଇ ଜୀବନ ଦାନରେ ସହାୟକ ହେବାର ପରାମର୍ଶ ମଧ୍ୟ୍ୟ ଦେଇଛନ୍ତି!