ଢେଙ୍କାନାଳ ଭୂଗୋଳ ପୋଥିର ଐତିହାସିକ ଭୀମନଗ୍ରୀ ଗଡ଼ର ରାମଚଣ୍ଡୀ ପୀଠ!
29.05.23 ଢେଙ୍କାନାଳ (ସା.ଆ.ମି) ଦ୍ୱାଦଶ ଶତାବ୍ଦୀ ରେ ଗଙ୍ଗବଂଶ ଶାସନ ସମୟରେ ପଶ୍ଚିମ ଓଡ଼ିଶାର ସୁରକ୍ଷାତଥା ସୁଶାସନ ନିମନ୍ତେ ଗଡ଼ ଢେଙ୍କାନାଳ ରେ ଥିବା ଭୀମନଗ୍ରୀ ଗଡ଼ ଅଞ୍ଚଳରେ ଏକ ଦୁର୍ଗସ୍ଥାପନ କରି ଯୁଦ୍ଧ ଅସ୍ତ୍ର ଗଛିତ ସହ କ୍ଷତ୍ରୀୟ ମାନଙ୍କୁ ଯୁଦ୍ଧ ବିଦ୍ୟା ଶିକ୍ଷା ଦେବାସହ ରାଜ୍ୟ ସୁରକ୍ଷା ଓ ରାଜ୍ୟ ଜୟ କରୁଥିବା ର କିମ୍ବଦନ୍ତୀ ରହିଛି!ଗଡ଼ର ପଶ୍ଚିମ ସୀମାନ୍ତ ରେ କୁଞ୍ଜବିହାରୀ ପୁର ବ୍ରାହ୍ମଣୀ ନଦୀ କୂଳରେ ବାବା ରଣେଶ୍ୱର ଓ ମାଆ ଆଦ୍ୟାଶକ୍ତି ରାମଚଣ୍ଡୀ ଏକତ୍ର ପୂଜାପାଉଥିଲେ!ଦେବୀ ରକ୍ତମୁଖା ହୋଇ ଅମିନ୍ସା ଶକ୍ତ ହେବାରୁ ବାବା ରଣେଶ୍ୱର ମହାଦେବ ଦେବୀଙ୍କୁ ବାରଣ ସହ ଦୂରେଇବାକୁ ପ୍ରୟାସ କରିବାରୁ ଦେବୀ ପ୍ରଭୁଙ୍କସାନିଧ୍ୟ୍ୟ ପାଇଁ ବିନୟୀ ହେଲେ
ଦେବୀଙ୍କ ବିନୟ କ୍ରମେ ଏକ ସୁବର୍ଣ୍ଣ ଗଡୁ କୁ ମହାଦେବ ପୂର୍ବମୁଖା ନିକ୍ଷେପ କରି ଥିଲେ ଗଡୁତି ଦୁଇକୋଷ ଦୂରରେ ଭୀମନଗ୍ରୀ ଗଡ଼ ସମ୍ମୁଖରେ ପଡିଥିଲା!ଦେବୀ ଙ୍କ ସ୍ବପ୍ନଦେଶ ସତ୍ୱେ ଗଙ୍ଗରାଜା ଅନଙ୍ଗ ଭୀମଦେବପୀଠ ସ୍ଥାପନ କରାଇ ଦେବୀଙ୍କୁ ଗଡ଼ଦେଵିଭାବେ ପ୍ରତିଷ୍ଠା କରାଇଥିଲେ!ଛତିଶ ପଟକ ଖଞ୍ଜା ଭୋଗ କରି ବିଦ୍ଧିମତେ ଦେବୀଙ୍କ ସେବା ଉପାସନା କରି ସଉଥିଲେ!କଲାକ୍ରମେ ରାଜତନ୍ତ୍ର ବିଲୋପ ଓ ବ୍ରାହ୍ମଣୀନଦୀର ବନ୍ୟା ଯୋଗୁଁ ପୀଠ ଲୁପ୍ତ ହେବାକୁ ଲାଗିଲା!ତଥାପିବି କ୍ଷତ୍ରୀୟ କୂଳ ଓ ଅଂଚଳବାସୀ ଇଷ୍ଟଭାବେ ମାରାମଚଣ୍ଡୀ ଙ୍କୁ ଇଷ୍ଟଦେବୀ ଭାବେ ପୂଜାର୍ଚନା ରୁ ବିରତ ହୋଇନଥିଲେ!ଗଡ଼ଅଞ୍ଚଳ ରେ ଅଧିକାଂଶ ଗ୍ରାମ କ୍ଷତ୍ରିୟ ବଂଶୀ ମାନେ ଏବେବି ବାସକରିବା ପ୍ରମାଣ ଦିଏ!ପରମ୍ପରା ଅନୁଯାଇ ଦେବୀଙ୍କୁ ମୃଦଙ୍ଗା ପଲ୍ଲୀ ଗ୍ରାମର ମହାପାତ୍ର (ମାଳି )ମାନେ ଅଦ୍ୟାବଧି ପୂଜାର୍ଚନା କ୍ସରୁଛନ୍ତି!ରାଜୁଡା ଅମଳପରେ ଜିମାଦାରୀ ପ୍ରଥା ଓ ଦେବୋତ୍ତର ବିଭାତ ଏବଂ ଟ୍ରଷ୍ଟି ମାଧ୍ୟମରେ ମନ୍ଦିର ପୁନଃରୁଦ୍ଧାର ଓ ସୌନ୍ଧର୍ଯ୍ୟ କରଣ କାର୍ଯ୍ୟ ଜାରିରହିଛି!ବାରମାସରେ ତେରପର୍ବ ସାଙ୍ଗକୁ ଷୋଡଶ ଉପଚାର ପୂଜା ଶାରଦୀୟ ଓ ବାସନ୍ତୀୟ ଦେବିପୂଜା, ବିଶ୍ଵଶାନ୍ତି ଶ୍ରୀବିଷ୍ଣୁ ମହାଯଜ୍ଞ, ଶୀତଳ ଷଷ୍ଠୀ, ଚଣ୍ଡୀପାଠ, ନିତ୍ୟ ମାର୍ଜନା ଜାଗ ଯଂଜ୍ଞ ପାଳନ ସାଙ୍ଗକୁ ମାଆଙ୍କର ମାଛପୋଡ଼ା ଭୋଗ ନିଆରା!ସଦାସର୍ବଦା ରାଜ୍ୟ ତଥା ରାଜ୍ୟ ବାହାରୁ ମାନସିକ ଧାରୀ, ଭକ୍ତ, ଶ୍ରଦ୍ଧାଳୁ ଓ ଦେଶ ବିଦେଶ ର ପର୍ଯ୍ୟଟକ ମାନଙ୍କର ଭିଡ ଲାଗିରହୁଛି!ପୂନ୍ୟତୋୟା ବ୍ରାହ୍ମଣୀ ର ସୁଶୀତଳ ଜଳରେ ସ୍ନାନ କରି ସୁରମ୍ୟ ଆମ୍ରକୁଞ୍ଜ ର ସୁଶୀତଳ ଛାୟା ମାଆ ଙ୍କ ଆଶିଷ, ମାଛ ଭୋଗ, ବଣଭୋଜୀ ର ନିଆରା ଦୃଶ୍ୟ ଦେଖିବାକୁ ମିଳୁଥିଲେ ମଧ୍ୟ ଦେବୀଙ୍କ ପୀଠ ସହ ସମ୍ୱନ୍ଧ ଥିବା ମୃଦଙ୍ଗା ପଲ୍ଲୀରେ ଥିବା ଖଣ୍ଡାଘର, ପୀଠ ସଂଲଗ୍ନ ଖଣ୍ଡାଧୁଆ ବନ୍ଧ, ବିଭିନ୍ନ ପୀଠ ସହ ସମ୍ବନ୍ଧ ଥିବା ଯାତାୟତ ପଥ, ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ଆଶ୍ରୟ, ମନୋରଞ୍ଜନ ସୁବିଧା, ନଦୀରେ ସ୍ନାନ ଓ ନୌବିହାର ତଥା ସୁରକ୍ଷା ବାଡ଼ ଆଦି ର ଅଭାବ ସାଙ୍ଗକୁ ସେବାସୀଙ୍କ ପ୍ରୋତ୍ସାହନ ଯୋଗାଣ ଏବଂ ପର୍ୟ୍ୟଟନ ସ୍ଥଳ ର ପରକାରୀ ମାନ୍ୟତା ନିମନ୍ତେ ଅଞ୍ଚଳ ବାସୀ ଦୀର୍ଘ ଦିନଧରି ଦାବିକରୀ ଆସୁଥିବାବେ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ!ଢେଙ୍କାନାଳ ଓଡାପଡା ରୁ ଜଗନ୍ନାଥ ନାୟକ