ସରକାରୀ ଟି ଆଇ ପ୍ରକଳ୍ପ କାର୍ଯକାରୀ କେବଳ କାଗଜପତ୍ରରେ,ଚିନ୍ତା ଜନକ ଭାବେ ବୃଦ୍ଧି ପାଉଛି ଏଚଆଇଭି ଆକ୍ରାନ୍ତ।

0

ବଲାଙ୍ଗୀର, ତା୨୭-୦୫: ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲା ରେ ବିଗତ ଦିନର ଏଚଆଇବି/ଏଡ୍ସ ଆକ୍ରାନ୍ତ ଙ୍କ ସଂଖ୍ୟା ରାଜ୍ୟ ର ଗଞ୍ଜାମ ଜିଲ୍ଲା କୁ ଟପି ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏହି ଆକ୍ରାନ୍ତ ଙ୍କ ମଧ୍ୟରୁ ଅନେକ ମୃତ୍ୟୁବରଣ କରିଥିଲେ।
ଏଭଳି ସ୍ଥିତି ରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟି ଆଇ ପ୍ରକଳ୍ପ (Target intervention) ନାମକ ଏକ ଯୋଜନା ଆରମ୍ଭ କରି ଥିଲେ। ବିଗତ ଦିନରେ ବଲାଙ୍ଗୀର ଜିଲ୍ଲାର ରାଜେନ୍ଦ୍ର ଯୁବକ ସଂଘ ନାମକ ସ୍ବେଛାସେବୀ ଜିଲ୍ଲା ରେ ଚିହ୍ନଟ ଗୁରୁତର ଅବସ୍ଥାରେ ଥିବା ଆକ୍ରାନ୍ତ ଙ୍କୁ ଗଞ୍ଜାମ ଜିଲ୍ଲା ର ଏମ,କେ,ସି,ଜି ମ୍ୟାଡିକଲ କଲେଜ ଡ଼ାକ୍ତରଖାନା ନେଇ ଉପଯୁକ୍ତ ଚିକିତ୍ସା ଯୋଗାଇ ଆସୁଥିଲା ।
ବିଶେଷ କରି, କିନ୍ନର,ଉଭୟ ପୁରୁଷ ଓ ମହିଳା ଯୌନ କର୍ମୀ, ତଥା ସାଧାରଣ ଲୋକଙ୍କ ନିମନ୍ତେ ଚିହ୍ନଟ କରି ସଚେତନତା ସୃଷ୍ଟି ସହ ସ୍ଵାସ୍ଥ୍ୟ ସେବା ଯୋଗାଇ ସ୍ଥିତି କୁ ନିୟନ୍ତ୍ରଣ କରି ପାରିଥିଲା ।

ପ୍ରାୟ ପାଞ୍ଚ ବର୍ଷ ହେଲା ଉକ୍ତ ଟି ଆଇ ପ୍ରକଳ୍ପ, ସାଇ ନାମକ ସଂସ୍ଥା କାର୍ଯ୍ୟାରମ୍ଭ କରିଥିବା ବେଳେ ଜିଲ୍ଲା ର ବିଶେଷ ଭାବେ ଆକ୍ରାନ୍ତ ଚିହ୍ନଟ ହେଉଥିବା ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ଚିକିତ୍ସାଳୟ ଅଞ୍ଚଳ ରେ ଏହି ଟିଆଇ ପ୍ରକଳ୍ପ ର ଏକ ସ୍ଥାୟୀ କାର୍ଯ୍ୟାଳୟ ଟିଏ ନାହିଁ ।
ରାଜ୍ୟର ପ୍ରମୁଖ ରେଳ ଜଙ୍କସନ ହେବା ଓ ମାତ୍ର ତିନି ମାସରେ ୨୭ ଜଣ କେବଳ କିନ୍ନର ଏହି ଭୂତାଣୁ ସଂକ୍ରମିତ ହୋଇଥିବା ସୁଚନା ଦିଆ ଯାଇଛି। ସେହିପରି ଟିଟିଲାଗଡ ର ପ୍ରାୟ ୪ ଗୋଟି ବ୍ଲକ୍ ରେ ୧୩ ଜଣ ଗତ ଏକ ମାସ ମଧ୍ୟରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।

ଏହି ଆକ୍ରାନ୍ତ ତାଙ୍କ ସହ କର୍ମୀ ତଥା ପରିବାର ତଥା ବିଭିନ୍ନ ବର୍ଗର ଆକ୍ରାନ୍ତ ଙ୍କୁ ଏହି ପରୀକ୍ଷା କରାଗଲେ ଆଉ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବ ତାହା ନିଶ୍ଚିତ ,,,ହେଲେ ଉକ୍ତ ସାଇ ତତଫରୁ ଏହି ସବୁ କାର୍ଯ୍ୟ କେବଳ କାଗଜ, ପତ୍ର ରେ ସିମୀତ ରଖିଥିବା ନେଇ ବିଭିନ୍ନ ବର୍ଗ ତଥା କିନ୍ନର ସଂଘ ତରଫରୁ ବିଭାଗୀୟ ମୁଖ୍ୟ ସଚିବ ନିଜେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ହେଉଛି ।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?