ମହୁଲ ପାଲି ସରକାରୀ ପ୍ରାଥମିକ ବିଦ୍ଯାଳୟରେ ତାଲା
ସମ୍ବଲପୁର : (ସା.ଆ.ମି ) ତା-୯ /୧ ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ବ୍ଲକ ଅର୍ନ୍ତଗତ ମହୁଲପାଲି ସରକାରୀ ପ୍ରାଥମିକ ବିଦ୍ଯାଳୟ ରେ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ତାଲା ମାରିଥିବା ଜଣା ପଡିଛି ସୁଚନାରୁ ପ୍ରକାଶ ଯେ ଦୀର୍ଘଦିନ ଧରି ବିଦ୍ଯାଳୟ ପରି ସରରେ ଥିବାନଳକୁପଟି ଅଚଳ ହୋଇ ପଡିଥିବା ନଲକୂପରେ ପମ୍ପ ଲାଗିଥିଲେ ମଧ୍ଯ କାର୍ଯ୍ଯକ୍ଷମ ହୋଇପାରି ନାହିଁ ଫଳରେ ବିଦ୍ଯାଳୟର ଛାତ୍ର ଛାତ୍ରୀଙ୍କ
ସମେତ ବିଦ୍ଯାଳୟ ପରିସରକୁ ଲାଗିରହିଥିବା ଅଙ୍ଗନଓ୍ବାଡି କେନ୍ଦ୍ର
ର ଛୋଟ ଛୋଟପିଲାମାନେ ପାନୀୟଜଳରୁ ବଞ୍ଚିତ ହେବା ସାଙ୍ଗକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏ ସଂର୍ପକରେ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ଯ ତାର ପ୍ରତୀକାର କରା ନଯିବାରୁ ଏହାର ପ୍ରତିବାଦରେ ମଙ୍ଗଳବାର ଗ୍ରାମବାସୀ ଓ ଛାତ୍ର ଛତ୍ରୀ ମାନେ ବିଦ୍ଯାଳୟରେ ତାଲା ପକାଇଥିବା ଜଣା ପଡିଛି ଏସଂର୍ପକରେ ଗ୍ରାମ୍ଯଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଙ୍କୁ ପଚାରିବାରୁ ଖବର ପାଇ ତୁରନ୍ତ ପହଞ୍ଚି ନଳକୂପ ମରାମତି କରାଯାଇ ଥିବା କହିଛନ୍ତି