ମନ୍ଥନ ଯାତ୍ରା ଆୟୋଜିତ
ଢେଙ୍କାନାଳ: 03.01.2024 (ସା. ଆ. ମି ) ଓଡାପଡା ବ୍ଲକର ବିଭିନ୍ନ ସ୍ଥାନ ରେ ‘ମନ୍ଥନ ଯାତ୍ରା’ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ କୁ ଟାଟାଷ୍ଟିଲ ଫାଉଣ୍ଡେସନର ରିସ୍ତା ଟିମ ଜରିଆରେ ଆୟୋଜନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଓଡାପଡା ବ୍ଲକର ପ୍ରାୟ 90 ଜଣ ଯୁବପିଢିଙ୍କ ଉତ୍ସାହ ଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ଯାହା ଏହି ଗୁରୁତ୍ୱପୂର୍ଣ୍ଣ ସାମାଜିକ ଆହ୍ୱାନ ର ମୁକାବିଲା ପାଇଁ ଜନସାଧାରଣଙ୍କ ଆଗ୍ରହ ଓ ସକ୍ରିୟ ଅଂଶଗ୍ରହଣ କୁ ପ୍ରତିଫଳିତ କରୁଛି ବ୍ୟଙ୍ଗାତ୍ମକ ନାଟକ ଫୋକସଗ୍ରୁପ ଆଲୋଚନା ଏବଂ ବିଷୟ ଗତ ନୃତ୍ୟ ଭଳି ଅଭିନବ ଉପାଦାନକୁ ବ୍ୟବହାର କରି ଏହି କାର୍ଯ୍ୟକ୍ରମ ର ମୁକ୍ତ ଆଲୋଚନା ପାଇଁ ଏକ ଉତ୍ତମ ପ୍ଲାଟଫର୍ମ ପ୍ରଦାନ କରିଥିଲା ଏହି କାର୍ଯ୍ୟକ୍ରମ ର ଉଦ୍ଘାଟନୀ ଉତ୍ସବରେ ଢେଙ୍କାନାଳ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମି ଯୋଗଦେଇ ଆଜିର ଯୁବପିଢ଼ିଙ୍କୁ ପ୍ରଭାବିତ କରୁଥିବା ଜଟିଳ ସମସ୍ୟାର ସମାଧାନ ଦିଗରେ ମନ୍ଥନ ଯାତ୍ରା ଭଳି ପଦକ୍ଷେପର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଢେଙ୍କାନାଳ ସିଡିପିଓ ଅନୁରାଧା ଗୋସ୍ୱାମୀ ଏବଂ ଟି ଏସ ଏଫ ର କ୍ଷେତ୍ର ସ୍ୱାସ୍ଥ୍ୟ ସଂଯୋଜକ ବିନିତା ଟପ୍ପୋ ସୁବାସ ବେହେରା କବିତା ଧଳ (BO)କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ