ଢେଙ୍କାନାଳରେ ସଡ଼କ ସୁରକ୍ଷା କମିଟିର ବୈଠକ
ଢେଙ୍କାନାଳ: 18.12 (ସା ଆ ମି )ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା କକ୍ଷଠାରେ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି!
ଟ୍ରାଫିକ ନିୟମ ପ୍ରତି ଗୁରୁତ୍ୱ ପଥ ପାର୍ଶ୍ଵ ବିଦ୍ୟାଳୟନିକଟରେ ସ୍ପିଡ଼ ବ୍ରେକର ଓ ସାଇନେଜର ବ୍ୟବସ୍ଥା,ଛାତ୍ର ଛାତ୍ରୀ ମାନେ ଗାଡିଚାଳନାରୁ ବୀରତ ରହିବାକୁ ଅଭିଭାବକ ମାନେ ଧ୍ୟାନଦେବା, ଗାଡି ଚାଳନା ବେଳେ ହେଲମେଟ ଓ ସିଟବେଲ୍ଟ ବ୍ୟବହାର କରିବା, ପଥପାର୍ଶ୍ଵ ବ୍ୟବସାୟୀ ମାନେ ବିକ୍ରୟ ସାମଗ୍ରୀ ପ୍ରଦର୍ଶନକୁ ସଂକୁଚିତ କରି ଯାନ ବାହାନ ରଖିବା ଓ ଚଳାଚଳ ପ୍ରତୀ ଧ୍ୟାନ ଦେବା ପ୍ରତୀ ପରାମର୍ଶ ଦିଆଯାଇଛି!ରାସ୍ତା ଗୁଡିକରେ ଥିବା ଖାଲଖମାକୁ ମରାମତି ନିମନ୍ତେ ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷ ଙ୍କୁପରାମର୍ଶ ଦିଆଯାଇଛି! ନିଶାସକ୍ତ ଚାଳକ ଓ ବେପରୁଆ ଗାଡିଚାଳନାରୁ ଚାଳକମାନେ ନିଜେ ସୁରକ୍ଷିତ ରହି ଅନ୍ୟକୁ ସୁରକ୍ଷା ଦେବାକୁ ପରାମର୍ଶ ଦିଆଯାଇଛି! ବୈଠକରେ ଜିଲ୍ଲାଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ରସେଠି,ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର, ଜାତୀୟ ରାଜପଥ କର୍ତୃପକ୍ଷ ଓ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ!ବାରମ୍ବାର ବୈଠକ, ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଦୁର୍ଘଟଣା ଥମିବାରେ ନାଁ ଧରୁନି! ପ୍ରଶାସନର ପ୍ରସ୍ତୁତି ଆଗକୁ କେତେ ଦୁର୍ଘଟଣା ନିୟନ୍ତ୍ରଣ କରିବ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ଢେଙ୍କାନାଳରୁ ଜଗନ୍ନାଥ ନାୟକ ସାରାଆକାଶ.