ଅତିରିକ୍ତ ଗୋଷ୍ଠୀଶିକ୍ଷା ଅଧିକାରୀଙ୍କୁଅବସର କାଳୀନ ସମ୍ବର୍ଦ୍ଧନା
ଓଡାପଡା : 04.12.23 (ସା ଆ ମି )ଗତକାଲି ଓଡାପଡା ଅଞ୍ଚଳ ସିଦ୍ଧ
ରାମଚଣ୍ଡୀ ପୀଠରେ ଅଞ୍ଚଳର ଶିକ୍ଷା, ସଂସ୍କୃତି, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରି ଅଞ୍ଚଳ ତଥା ରାଜ୍ୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ତଥା ସହକାରୀ ଶିକ୍ଷକରୁ ଅତିରିକ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ ଭାବେ ପଦୋନ୍ନତି ପାଇଥିଲେ! ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ରେ ଶିକ୍ଷାଦାନ ଶହ ବିଦ୍ୟାଳୟର ଉନ୍ନତି କରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ! ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ! ସେଜଣେ ଛାତ୍ର ବତ୍ସଳ, ଶାନ୍ତସରଳ ବ୍ୟକ୍ତିତ୍ୱ ଅଟନ୍ତି! ତାଙ୍କର ଅବସର କାଳୀନ ସଭାରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ,ଓଡାପଡା ବ୍ଲକ ଅଧକ୍ଷା ସସ୍ମିତା ମହାନ୍ତି ,ଉପାଧକ୍ଷ୍ୟ ଅମିତାଭ ସ୍ୱାଇଁ, ବି ଇ ଓ ପ୍ରଫୁଲ୍ଲ କୁମାର କଲ୍ଲୋ, ଶିକ୍ଷକସଙ୍ଘର କର୍ମକର୍ତ୍ତା, ଶିକ୍ଷକ ଶିକ୍ଷୟତ୍ରୀ,ଅଞ୍ଚଳର ବୁଧିଜୀବି ଓଛାତ୍ର ଅଭିଭାବକ ମାନେ ଯୋଗଦେଇ ମାନପତ୍ର ଉପଢୌକନ ଦେଇ ସମ୍ମାନୀତ କରିଥିଲେ! ତାଙ୍କର ଅବସର କାଳୀନ ଜୀବନର ସୁଖମୟ କାମନା କରିଥିଲେ! ସେ ବ୍ୟକ୍ତିତ୍ୱ ଅନ୍ୟ କେହି ନୁହନ୍ତି ସେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ହୃଦାନନ୍ଦ ଦ୍ବିବେଦୀ
ସାର! ରାଜ୍ୟ ନିଖିଳ ଉତ୍କଳ ଶିକ୍ଷକ ସଙ୍ଘର ସଭାପତି ଭାବେ କାର୍ଯ୍ୟଭାର ମଧ୍ୟ ତୁଲାଇଥିଲେ! ଓଡାପଡାରୁ ଜିତେନ୍ଦ୍ର କୁମାର ଧୀର ସାରାଆକାଶ.