ନିର୍ମାଣଶ୍ରମିକ କଲ୍ୟାଣ ଯୋଜନା ସହାୟତା ଶିବିର

0

ଢେଙ୍କାନାଳ :ତା 01.12.23(ସା ଆମି)ଓଡାପଡା ବ୍ଲକ ନିକଟ ବାଙ୍ଗୁରସିଂହ କଲ୍ୟାଣମଣ୍ଡପ ଠାରେ ନିର୍ମାଣ ଶ୍ରମିକ ଯୋଜନାରେ ବିଭିନ୍ନ ସହାୟତା ରାଶି ଶିବିର ମାଧ୍ୟମରେ ପ୍ରଦାନ କରାଯାଇଛି! ଏହି କାର୍ଯ୍ୟକ୍ରମରେ ଓଡାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷ୍ୟା ସସ୍ମିତା ମହାନ୍ତି, ହିନ୍ଦୋଳ ବ୍ଲକ ଅଧକ୍ଷ୍ୟା ସସ୍ମିତା ରାଣୀ ନାୟକ,ଯୁଗ୍ମ ଶ୍ରମ ଆଯୁକ୍ତ ରେଞ୍ଜ ଅନୁଗୋଳ ଶ୍ରୀଯୁକ୍ତ ମହେଶ୍ୱର ନାଏକ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ମୋନାଲିସା ନାୟକ,ଉପାଧକ୍ଷ୍ୟ ଅମିତାଭ ସ୍ୱାଇଁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରେଶ କୁମାର ସାହୁ ବାଙ୍ଗୁରସିଂହ ସରପଞ୍ଚ ଶ୍ରୀମତୀ ଚନ୍ଦ୍ରମା ଦଳେଇ ପ୍ରମୁଖଶିବିର ରେ ଯୋଗ ଦେଇଥିଲେ!
ସୂଚନା ଅନୁଯାଇ ଚାରିଶହ ପଇଁତିରିଶ ଜଣଙ୍କୁ ଦୁଇକୋଟି ଷୋହଳ ଲକ୍ଷ ପଚାଶ ହଜାର ଟଙ୍କା ବିବାହ ସହାୟତା ରାଶି,ଏକଶହ ପଚିଶ ଜଣ ହିତାଧିକାରୀଙ୍କୁ ଦୁଇକୋଟି ଅଡତିରିଶ ଲକ୍ଷ ଟଙ୍କା ମୃତ୍ୟୁ କାଳୀନ ସହାୟତା ରାଶି, ଏକସହବାର ଜଣଙ୍କୁ ଅନ୍ତେଷ୍ଠିକ୍ରିୟା ଜନିତ ସହାୟତା ରାଶି ପାଞ୍ଚଲକ୍ଷ୍ଷାଠିଏ ହଜାର, ସତଚାଳିଶ ଜଣ ହିତାଧିକାରୀଙ୍କୁ ତିନିଲକ୍ଷ ତେର ହଜାର ଚାରିଶହ ଟଙ୍କା ଶିକ୍ଷା ସହାୟତା ରାଶି ପ୍ରଦାନ! ମୋଟ ସାତଶହ ବାର ଜଣ ହିତାଧିକାରୀଙ୍କୁ ଚାରିକୋଟି ତେସଠି ଲକ୍ଷ ତେଇସି ହଜାର ଚାରିଶହ ଟଙ୍କା NEFT /RTGS ମାଧ୍ୟମରେ ହିତାଧିକାରୀଙ୍କ ଜମାଖାତାରେ ପ୍ରଦାନ କରାଯିବ! ଦୁଇଶହ ଅଶି ଜଣ ଶ୍ରମିକଙ୍କ ନାମ ପଞ୍ଜିକରଣ କରାଯାଇ ପଚାସ ଜଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା! ଶିବିରରେ ଜିଲ୍ଲା ଶ୍ରମ ଅଧିକାରୀ ସଂଗ୍ରାମ ଦଳେଇ ସ୍ୱାଗତ ଭାଷଣ ଦେଇ ଥିଲେ! ଢେଙ୍କାନାଳ ପ୍ରଭାଗୀୟ ଶ୍ରମ ଆୟୁକ୍ତ ମୋନାଲିସା ନାୟକ ଶିବିର ପରିଚାଳନା କରିଥିଲେ ଓ ସହକାରୀ ଶ୍ରମଅଧିକାରୀ ହଳଧର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ!ଢେଙ୍କାନାଳରୁ ଜଗନ୍ନାଥ ନାୟକ ସାରାଆକାଶ.


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?