ଜିଲ୍ଲା ସ୍ତରୀୟ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ
ଢେଙ୍କାନାଳ :28/11/23(ସା ଆ ମି )ଆଜି ଅପରାହ୍ନ ରେ ଜିଲ୍ଲାପାଳ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲା ସ୍ତରୀୟ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହେଇଯାଇଛି l ଏହି ବୈଠକରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ଅଧ୍ୟକ୍ଷତା କରିଥିଲେ l ସେ ମୁଖ୍ୟତଃ ଢେଙ୍କାନାଳ ଦେଇଯାଇଥିବା 55ନଂ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ବିଳମ୍ବ ହେଉଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଓ ଏ ନେଇ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀ ମାନଙ୍କୁ ଅଧିକ ଗୁରୁତ୍ୱ ଦେବ ପାଇଁ କହିଥିଲେ l ଏହା ସହିତ ଯେ ପର୍ଯନ୍ତ ରାଜପଥ କାମ ସରିନାହିଁ ସେତେ ପର୍ଯ୍ୟନ୍ତ ଯେଉଁ ରାସ୍ତା ଅଛି ତାହାର ଠିକ ସମୟରେ ମରାମତି କରିବାକୁ କହିଥିଲେ l ବୈଠକ ରେ ବିଧାୟକ ଶ୍ରୀ ସୁଧୀର କୁମାର ସାମଲ ଯୋଗଦେଇ ଜିଲ୍ଲାରେ ଟ୍ରକ ଟରମିନାଲ ନିର୍ମାଣ କରିବା ନେଇ ଗୁରୁତ୍ୱାରୋପ କରିଥିଲେ l ବୈଠକ ରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଣୟ କୁମାର ମିଶ୍ର ଜିଲ୍ଲାରେ ପୂର୍ବବର୍ଷ ଅପେକ୍ଷା ଏ ବର୍ଷ ସଡ଼କ ଦୁର୍ଘଟଣା ର ମାତ୍ର କମିଛି ବୋଲି ରିପୋର୍ଟ ପ୍ରଦର୍ଶିତ କରିଥିଲେ l ରିପୋର୍ଟ ଅନୁଯାୟୀ 2022 ରେ ମୋଟ 461 ଟି ଦୁର୍ଘଟଣା ଘଟିଥିବା ବେଳେ 205 ଜଣ ମୃତ୍ୟୁ ବରଣ କରିଥିବାବେଳେ 338 ଜଣ ଆଘାତପ୍ରାପ୍ତ ହେଇଥିଲେ l ମାତ୍ର 2023 ରେ ଏଯାବତ 337 ଟି ଦୁର୍ଘଟଣା ଘଟିଥିବା ବେଳେ 150 ଜଣଙ୍କ ମୃତ୍ୟୁ ହେଇଛି ଏବଂ 347 ଜଣ ଆଘାତପ୍ରାପ୍ତ ହେଇଛନ୍ତି l ଏହି ବୈଠକ ରେ ସଡ଼କ ସୁରକ୍ଷାକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସ୍ଥିର କରାଯାଇଛି ଏହାସହିତ ଯେଉଁ ସ୍ଥାନରେ ସାଇନ ବୋର୍ଡ ଲାଗିନାହିଁ ସେ ସବୁ ଜାଗା ମାନଙ୍କରେ ତୁରନ୍ତ ଲଗେଇବାକୁ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ l ଏହି ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନରଞ୍ଜନ ମହାପାତ୍ର, ସଡ଼କ ସୁରକ୍ଷା କମିଟି ର ସଦସ୍ୟମାନେ ଉପସ୍ଥିତ ଥିଲେ!ଦେଖିବାକୁ ବାକିରହିଲା ଢେଙ୍କାନାଳ ସଂସଦୀୟ କ୍ଷେତ୍ରରାଜରାସ୍ତା 55କବଳରୁ ନିରୀହ ଜନସାଧାରଣ କେବେ ମୁକ୍ତିପାଉଛନ୍ତି? ଢେଙ୍କାନାଳ ରୁ ଜଗନ୍ନାଥ ନାୟକ ସାରାଆକାଶ,