ପାଇପ ଚାଲାଣ କାରୀଙ୍କ ସହ ଟ୍ରକ ଜବତ
ଢେଙ୍କାନାଳ ତା 22/11/23(ସା ଆ ମି)ମୋଟଙ୍ଗା ଥାନା ଅନ୍ତର୍ଗତ 55 ନ ଜାତୀୟ ରାଜପଥ ପାର୍ଶ୍ୱ ଜୀବନ ଖୋଲ୍ ଆଶ୍ରମ ନିକଟରୁ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଭୋଲଟାଜ୍ କମ୍ପାନୀ ଦ୍ୱାରା କରାଯାଉଥିବା ପାଇପ୍ ଲାଇନ୍ କାର୍ଯ୍ୟ ପାଇଁ ରାସ୍ତାରେ ମହଜୁଦ୍ ଥିବା ଲୁହା ପାଇପ୍ କୁ ଚୋରି କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ଦ୍ୱାରା କାବୁ ହୋଇ ଟ୍ରକ ସହ ତେରଜଣଙ୍କୁ ପୋଲିସ ଜିମାଦେଲେ ସ୍ଥାନୀୟ ଲୋକ! ସୂଚନା ଯୋଗ୍ୟ ପ୍ରାୟ 30 ରୁ 40 ଦଳିଆ ଡକାୟତ ଦଳ ଟ୍ରକ ଧରି ରାତିରେ ରାହାଜାନୀ ଚଳେଇ ଛନ୍ତି । ଏହି ଦଳ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳର ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ସ୍ଥାନୀୟ ଅଞ୍ଚଳର କିଛି ଵ୍ୟକ୍ତି ସମ୍ପୃକ୍ତ ଅଛନ୍ତି ବୋଲି ସୂଚନା ମିଳୁଛି। ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ରାଜପଥରେ ରାତ୍ରିକାଳୀନ ପାଟ୍ରୋଲିଂ କମ ହେଉଥିବାରୁ ଏସବୁ ଘଟଣା ମାନ ଦେଖିବାକୁ ମିଳୁଛି ।ଓଡାପଡା ଅଞ୍ଚଳରେ ଥିବା ପୋଲିସ ଫାଣ୍ଡି ରୁ ସହଯୋଗ କମ ମିଳୁଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଯଦି ଥାନା ଅଧିକାରୀ ଆଗ ଆସି ପହଞ୍ଚୁଛନ୍ତି,ଫାଣ୍ଡି ଅଧିକାରୀ 1ଘଣ୍ଟା ବିଳମ୍ବରେ ପହଞ୍ଚନ୍ତି, ଲୋକଙ୍କ ଆସ୍ଥା ଓ ବିଶ୍ୱାସ ପୋଲିସ ଉପରୁ କମିଯିବାରଚର୍ଚ୍ଚା ଯୋର ଧରିଛି। ଏ ସମ୍ପର୍କରେମୋଟଙ୍ଗା ଥାନା ପକ୍ଷରୁ କେଶନଂ୩୫୦/୨୧/୧୧/୨୩ ରେ 379ଓ 34ରେ ରୁଜୁ କରି ପୋଲିସ୍ ପ୍ରଶାସନଥାନାରେଅଟକରଖିତଦନ୍ତ ଜାରିରଖିଛି ଆଗକୁ ଦୂର୍ଭୁତ ମାନଙ୍କ ପ୍ରତି କି ପଦକ୍ଷେପ ନିଆଯାଉଛି? ପ୍ରକଳ୍ପ ନିର୍ମାଣ ବେଳୁ ଯେଉଁଠି ଯୋଗାଣ ପାଇପ ଅସୁରକ୍ଷିତ ସେଠି ଜଳଯୋଗାଣ କେତେ ସୁରକ୍ଷିତ ରହିବ ଦେଖିବାକୁ ବାକି ରହିଲା?
ଢେଙ୍କାନାଳରୁ ଜଗନ୍ନାଥ ନାୟକ ସାରାଆକାଶ.