ମହିଳାଙ୍କ ପାଇଁ ବଣୁଆ କୁଟୁରା ବଣକୁ ଫେରିଲା
ଢେଙ୍କାନାଳ : 04.11.23(ସା ଆ ମି ) ଆଜି ସକାଳ ପ୍ରାୟ ଛଅ ଘଟିକା ବେଳକୁ ଢେଙ୍କାନାଳ ଫରେଷ୍ଟ ରେଞ୍ଜ ଅଞ୍ଚଳର ଗୁଣ୍ଡିଚାପଡ଼ା ଛକପାଖରେ ବୁଲାକୁକୁର ଗୋଟିଏ ଜଙ୍ଗଲୀ କୁଟୁରାକୁ ଆକ୍ରମଣ ଉଦେଶ୍ୟରେ ଗୋଡ଼ଉଥିବାର ରତ୍ନପ୍ରଭା ନାୟକ ନାମକ ଜଣେ ମହିଳା ଦେଖିଥିଲେ!
ମହିଳା ଜଣକ ବଣୁଆ କୁଟୁରା ଟିକୁ ବୁଲା କୁକୁରଙ୍କ ଦାଉରୁ ସୁରକ୍ଷା ଦେଇଥିବାବେଳେ ଆତ୍ମ ରକ୍ଷାପାଇଁ ବଣୁଆକୁଟୁରା ରତ୍ନପ୍ରଭାଙ୍କ ଘର ଭିତରକୁ ପସିଯାଇ ନିଜର ଆତ୍ମାରକ୍ଷା କରିଥିଲା ମହିଳାଙ୍କ ପରିବାର ପକ୍ଷରୁ ସ୍ଥାନୀୟ ବନ କର୍ମଚାରିଙ୍କୁ ସୂଚନା ପ୍ରଦାନ କରାଯାଇଥିଲା ବିଳମ୍ବ ହେଲେ ମଧ୍ୟ ବନବିଭାଗ କର୍ମଚାରୀ ମାନେ ରତ୍ନପ୍ରଭା ଙ୍କ ଘରେ ପହଞ୍ଚି ସୁରକ୍ଷିତ ଅବସ୍ଥାରେ ବଣୁଆ କୁଟୁରାକୁ ଉଦ୍ଧାର କରି ଗଦାଶିଳା ରେଞ୍ ମଠରଗଡି ରେ ଛାଡି ଥିବାର ଜଣାପଡିଛି! ମହିଳାଙ୍କ ମହନୀୟତା ପାଇଁ ବଣୁଆ କୁଟୁରାପୁଣୀ ବଣକୁ ଫେରିଥିବାରୁ ଅଞ୍ଚଳ ବାସି ତାଙ୍କୁ ପ୍ରଶଂସା କରିଛନ୍ତି! ସରକାର କୋଟି କୋଟି ଟଙ୍କା ରାଜସ୍ବ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଖର୍ଚ୍ଚ କରୁଥିବାବେଳେ ବନ୍ୟପ୍ରାଣୀ ମାନେ ଜଙ୍ଗଲ ଛାଡି ବାହାରକୁ ଆସି ଏଭଳି ଆଶ୍ରିତ ହେଉଛନ୍ତି କାହିଁକି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି! ଢେଙ୍କାନାଳରୁ ଜଗନ୍ନାଥ ନାୟକ ସାରଆକାଶ.