କିଶୋରନଗର ଭସାଣିରେ ଉତ୍ତେଜନା ୧୫୦ ବର୍ଷରୁ ଚଳି ଆସୁଥିବା ନିୟମକୁ ବାରୁଆଳି ପୂଜା କମିଟିର ଅବମାନନା

0

କଟକ ଜିଲ୍ଲା କିଶୋରନଗରରେ ଦୁର୍ଗାପୂଜା ମେଢ଼ ବିସର୍ଜନ ସମୟରେ ମାହାଶୟୀ ବଡ ଦୁର୍ଗା ରାମଚନ୍ଦ୍ରପୁର ମେଢ଼କୁ ବାରୁଆଳି ମେଢ଼ (ଗଳିସାଇ) କ୍ରସ କରିବା ସମୟରେ ବାରୁଆଳି ମେଢ଼ରେ ଥିବା କିଛି ଯୁବକ ସଙ୍ଘ ବଦ୍ଧ ହୋଇ ଆକ୍ରମଣ କରିବା ଫଳରେ ପିଙ୍କୁ ଜେନା ନାମକ ଯୁବକ ଆହତ ହୋଇ ମେଡିକାଲରେ ଚିକିତ୍ସା ହୋଇ ଥାନାରେ ଅଟକ ଥିଲେ | କିନ୍ତୁ ବିଡମ୍ବନାର ବିଷୟ କିଶୋରନଗର ପ୍ରଶାସନର ଖାମଖିଆଲି ମନୋଭାବ ବୋଲି ସାଧାରଣରେ ଆଲୋଚନା ହେଉଛି | ତହସିଲଦାର ନିଜେ ଉପସ୍ଥିତ ରହି ଭସାଣିକୁ ତଦାରଖ କରିବା କଥା କିନ୍ତୁ ତାହା କରାଯାଇନାହିଁ | ମେଢ଼ ସବୁ ବିସର୍ଜନ ପାଇଁ ବାହାରିବା ଠାରୁ ପ୍ରାୟ ଦୁଇ ଘଣ୍ଟା ଧରି କୌଣସି ଥାନା ଅଧିକାରୀ ବା ଅନ୍ୟ ଷ୍ଟାଫ୍ଫ ମେଢ଼ ସାଙ୍ଗରେ ନଥିବା କାରଣରୁ ଏ ପରିସ୍ଥିତି ସୃଷ୍ଟି ହୋଇଛି ଏଥି ପାଇଁ ପୁରା ପ୍ରଶାସନ ଦାୟୀ | ଏ ଅଞ୍ଚଳର ୧୫୦ବର୍ଷରୁ ଉର୍ଦ୍ଧ ଯୋଉଁ ନୀତି ନିୟମ ଥିଲା ତାହାକୁ ଆଜି ମାଟିରେ ମିଶାଇଦେଲେ |


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?