କଟକ ସଦର ମାଟିର ବିକଶିତ ଶିଶୁ ପ୍ରତିଭା

0

କିଶନନଗର : ଶିଶୁ ହସିଲେ ଦୁନିଆ ହସିବ,ଆମ ଶିଶୁ ଆମ ଭବିଷ୍ୟତ । ନିଜର ଶିକ୍ଷା,କଳା ସାଧନା ସର୍ବୋପରି ଅନ୍ତର୍ନିହିତ ଗୁଣାବଳୀର ବିକାଶ ଆଦିରେ ଆଗ୍ରହ ରଖି ଅଧୁନା ପ୍ରତିଯୋଗୀତା ମୂଳକ ସମୟରେ ଖୁବ କୃତୀ ଅର୍ଜନ କରି ଛାତ୍ର ସମାଜରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସୟଦ୍ ଅରମାନ୍ । ପିତା  ବିଶିଷ୍ଠ ସାମ୍ବାଦିକ ତଥା ସମାଜସେବୀ ସୈୟଦ୍ ସାଜିଦ୍ ଅଲ୍ଲୀ ଓ ମାତା ମିଷ୍ଟଭାଷୀ ଔିକାରୁନ୍ ନିଶା ବେଗମଙ୍କ କୋଳ ମଣ୍ଡନ କରି କଟକ ସଦର କିଶନନଗର ଉପକଣ୍ଠ ପ୍ରହରାଜପୁର ଗ୍ରାମରେ ଜନ୍ମ ନିଅନ୍ତି ଏହି ଶିଶୁ ପ୍ରତିଭା ୨୦୧୧ ମସିହାରେ । ପିଲାଟି ଦିନରୁ ଅରମାନଙ୍କ ପାଠପଢା ପ୍ରତି ଯେତିକି ଆଗ୍ରହ ଠିକ ସେତିକି ଚିତ୍ରକଳା,ପ୍ରବନ୍ଧ ଲିଖନ, ବକ୍ତୃତା,କ୍ରୀଡ଼ା ଆଦି ଅନେକ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ସଫଳତା ଅର୍ଜନ କରିଥିବା ଅରମାନ୍ ପଢୁଥିବା ଫ୍ରିଡ଼ମ ଇଣ୍ଟରନେସନଲ  ପବ୍ଲିକ ସ୍କୁଲ ସାଲେପୁର ଷଷ୍ଠ ଶ୍ରେଣୀର ଛାତ୍ର ଭାବେ ତଥା କଟକ ସଦର ମାଟିର ଗର୍ବ ଗୌରବକୁ ସୁଦୂର ପ୍ରସାରୀ କରିଚାଲିଛନ୍ତି । ଅରମାନ  ଆଜି ଯେ କୌଣସି ଚିତ୍ରକଳା ବା ଦୃଶ୍ୟ ରାଜିର ନିଖୁଣ ଭାବେ ଖୁବ୍ ଚିତ୍ତାକର୍ଷକ ଚିତ୍ର ଆଙ୍କି ଚିତ୍ରକଳା ପ୍ରତି ନିଜର ଆଗ୍ରହ ଯାହିରି କରିପାରିଛନ୍ତି । ବିଭିନ୍ନ ମହାପୁରୁଷଙ୍କ ଫୋଟ,ବିଜ୍ଞାନ ଧର୍ମୀ ଚିତ୍ର ସହ ପ୍ରକୃତିର ସୁନ୍ଦର ରୂପକୁ ନିଜର କୁଶଳୀ ତୂଳୀ ମାଧ୍ୟମରେ ରୂପ ଦେଇଛନ୍ତି ଯାହାର ବାସ୍ତବତା ଦର୍ଶକ ମାନଙ୍କ ମନମୁଗ୍ଧ କରିପାରିଛି । କରୋନା ମହାମାରୀ ସମୟରେ ସ୍କୁଲ ବନ୍ଦ ଥିବାରୁ ସେ ଘରେ ବସି ସ୍କୁଲର ପାଠ୍ୟ ଖସଡ଼ା ଅନୁଯାୟୀ ପଢ଼ିବା ସହ ଅନଲାଇନରେ ସମସ୍ତ ପ୍ରତିଯୋଗିତାରେ ଭାଗନେବା ଏବଂ  ଶ୍ରେଣୀ ପ୍ରମୋସନ ପରୀକ୍ଷାରେ ସଫଳ ହେବା ସହ ତୃତୀୟ ଶ୍ରେଣୀ ଅଲମ୍ପେଡ ପରୀକ୍ଷାରେ ରୌପ୍ୟ ପଦକ ପାଇଛନ୍ତି । ସେ ବିଦ୍ୟାଳୟର ଏକ ମାତ୍ର ଛାତ୍ର ଭାବେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ଭାଗ ନେଇ ଗଣଶିକ୍ଷା ବିଭାଗ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଉଛନ୍ତି ଏଥିସହ  ୨୦୨୨ ମସିହା ଅକ୍ଟୋବର ୪ ରୁ ୧୦ ପର୍ଯ୍ୟନ୍ତ ବିଶ୍ଵ ମହାକାଶ ସପ୍ତାହ ପାଳନ ଅବସରରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କଟକରେ ଅନୁଷ୍ଠିତ ହୋଇଥିବା ଇସ୍ରୋ ପକ୍ଷରୁ ପ୍ରବନ୍ଧ ଲିଖନ ପ୍ରତିଯୋଗିରେ ରାଜ୍ୟପାଳ ପୁରସ୍କାର ଲାଭ କରିବା ସହ,ଫ୍ରିଡ଼ମ ସ୍କୁଲରେ ମଧ୍ୟ ଚିତ୍ରଙ୍କନ,ସାଧାରଣ ଜ୍ଞାନ, ସ୍ଲୋଗାନ ଲିଖନ ଓ ପୋଷ୍ଟେର ଅଙ୍କନରେ କୃତିତ୍ୱ ଅର୍ଜନ କରି ପୁରସ୍କୃତ ଲାଭ କରିଛନ୍ତି । ତାଙ୍କ କୃତିତ୍ବକୁ ଶ୍ରଦ୍ଧା ନିବେଦନ ପୂର୍ବକ ଅଗ୍ରଣୀ ସାଂସ୍କୃତିକ ସଙ୍ଗଠନ ସରସ୍ଵତୀ କଳା ପରିଷଦ କନ୍ଦରପୁର,ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ କଟକ ସଦର,ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ବୟାଳିଶ ମୌଜା,ପ୍ରବାସୀ ସାହିତ୍ୟ ସଂସଦ ମୁମ୍ବାଇ,ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ ଓଡ଼ିଶା କଟକ ଶାଖା,ଉତ୍କଳ ୟୁଥ୍ ଟ୍ରଷ୍ଟ ବାଙ୍ଗାଲୋର,ସୃଜନଶିଳ କିଶୋର ପ୍ରତିଭା ମଞ୍ଚ କଟକ ଶାଖା, କିଶନନଗର ଶିଶୁ ମଙ୍ଗଳ କ୍ଲବ ଆଦି ବହୁ ସଂଗଠନ ଦ୍ଵାରା ସମ୍ବର୍ଦ୍ଧିତ ।  ତାଙ୍କ ଚିତ୍ରାଙ୍କନ ମାଧ୍ୟମରେ କରୋନା ଭୂତାଣୁ ସମ୍ବନ୍ଧୀୟ ଜନସେଚନତା,ପରିବେଶ ସୁରକ୍ଷା ବାର୍ତା,ସ୍ବାସ୍ଥ୍ୟ ସମ୍ବନ୍ଧିୟ ଚିତ୍ରଲିପି ଖୁବ୍ ପ୍ରଶଂସନୀୟ ଆଉ ସମାଜ ପାଇଁ ଶିକ୍ଷଣୀୟ ବାର୍ତା ବହନକରେ । ଏତେ କମ୍ ବୟସରୁ ତାଙ୍କ ବହୁମୁଖି ପ୍ରତିଭା ପାଇଁ ଅରମାନର ସହପାଠୀ,ଗୁରୁଜନ,ବିଦ୍ୟାଳୟ ତଥା ସ୍ଥାନୀୟ ଅଞ୍ଚଳରେ ସମସ୍ତେ ଗର୍ବିତ ଆଉ ଏହି ଦିଗରେ ତାଙ୍କୁ ଉତ୍ସାହ ପ୍ରଦାନ ପୂର୍ବକ ଏପରିକି ବିଭିନ୍ନ କାର୍ଯ୍ୟକ୍ରମରେ ଅରମାନଙ୍କୁ ତାଙ୍କ ମାତା ଏବଂ ପିତା ଉଭୟ ସାଙ୍ଗରେ ନେଇ ସବୁ ପ୍ରତିଯୋଗିତା ବା କାର୍ଯ୍ୟକ୍ରମ ମାନଙ୍କରେ ଭାଗ ନେବାର ସୁଯୋଗ ଦେଇଛନ୍ତି ଏଣୁ ସାଧାରଣରେ ଏହି ମହତ କାର୍ଯ୍ୟକୁ ଖୁବ ପ୍ରଶଂସା କରାଯିବା ସହ ଧନ୍ୟ ସେ ପିତା ମାତା ଓ ସୁପୁତ୍ର ଭାବେ ଚର୍ଚ୍ଚା ହେବାସହ ସବୁ ଅଭିଭାବକ ମାନେ ଏହିପରି ପିଲା ମାନଙ୍କ ଆଗ୍ରହ,ଉତ୍ସାହ ଆଉ ମନୋଭାବ ତଥା ସୋଭାନୀୟ ଚିନ୍ତା ଚେତନାକୁ ବାସ୍ତବ ରୂପରେଖ ଦେବା ଜରୁରୀ । ଏହି ଶିଶୁ ପ୍ରତିଭାଙ୍କ ସ୍ବପ୍ନ ହେଉ ସଫଳ ସମଲବ୍ଧ ଆଉ ଶୁଭଙ୍କର,ତାଙ୍କ ପିତା ମାତାଙ୍କର କଠିନ ପରିଶ୍ରମ ହେଉ ପୂର୍ଣ୍ଣାଙ୍ଗ ବା ସାକାର ଏବଂ ପ୍ରତିଭାର ବାସ୍ତବ ପରିଚୟ ସ୍ଵରୁପ ଏହି ଶିଶୁ ପ୍ରତିଭା ପ୍ରତିଯୋଗୀ ମୂଳକ ସମୟରେ ସମାଜରେ ନିଜର ସ୍ଵତନ୍ତ୍ର ସ୍ଥାନ ଅଧିକାର କରନ୍ତୁ


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?