ରାଜ୍ୟରେ କର୍କଟ ସଚେତନତା କରାଉଛନ୍ତି : ସମାଜସେବୀ ଇଂ.ଗୋପାଳ କୃଷ୍ଣ

0

କିଶନନଗର : ଶିଶୁ କର୍କଟ ରୋଗୀଙ୍କ ସେବାରେ ବ୍ରତୀ ଇଂ.ଗୋପାଳ କୃଷ୍ଣ ଦାସ ଏକ ପରିଚିତ ନାମ l ଯାଜପୁର ଜିଲ୍ଳା ବରୀ ବ୍ଲକ ରାଉତସାହି ଗ୍ରାମରେ ତାଙ୍କ ଜନ୍ମ l ସଫ୍ଟୱେୟାର କମ୍ପାନୀ ଟିସିଏସ ଭୁବନେଶ୍ବରରେ କାର୍ଯ୍ୟରତ । ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ “ୟୁନିଟ୍ ଇଜ୍ ଷ୍ଟ୍ରେନ୍ଥ କ୍ୟାନ୍ସର ଫାଉଣ୍ଡେସନ୍ ଚାରିଟେବୁଲ ଟ୍ରଷ୍ଟ”ର ସଂପାଦକ ଭାବେ କାର୍ଯ୍ୟରତ । କର୍କଟ ରୋଗ ଉପରେ ସଚେତନତା,ରୋଗୀ ନିରୂପଣ ଶିବିର ଅୟୋଜନ ଏବଂ ବହୁ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନରେ ସେ ସାଧନାରତ । ୪୩ ବର୍ଷ ବୟସରେ ଏଯାବତ୍ ୫୫ ଥର ରକ୍ତଦାନ କରିଛନ୍ତି । ଅସହାୟ କର୍କଟ ରୋଗୀଙ୍କୁ ଭୁବନେଶ୍ବର ସିଯୁଆ (ଏଆଇଏମଏସ ସନ୍ନିକଟ)ରେ ଏକ ସେଲ୍ଟର ହୋମ ଭଡ଼ାରେ ନେଇ ମାଗଣାରେ ରହିବାର ବ୍ୟବସ୍ଥା କରୁଛନ୍ତି l ନିଜ ମାତାଙ୍କ ନାମରେ “ରମା ଦାସ ସେବା ସଂଗଠନ” ପ୍ରତିଷ୍ଠା କରିଛନ୍ତି l ଗୋପାଳଙ୍କ ଦୀର୍ଘ ଜୀବନ କାମନା କରୁଛୁ।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?