ଲିଙ୍ଗରାଜ ମଲ୍ଲିକ ଙ୍କୁ ମିଳିଲା ନୂତନ ଦାୟିତ୍ୱ, ଅନୁସୂଚିତ ଜାତିର ରାଜ୍ୟ ସଂଯୋଜକ

0

କଟକ ସଦର ବ୍ଲକ କିଶୋରନଗର ଅଞ୍ଚଳରେ ବେଶ ପରିଚିତ ଚେହେରା ସ୍ୱଭାଵ ତାଙ୍କର ନମ୍ର, ଧୀର କାର୍ଯ୍ୟ କରିବାର ଦକ୍ଷତା ଅନ୍ୟମାନଙ୍କ ଠାରୁ ଭିନ୍ନ ତାହା ଆଜି ପ୍ରମାଣିତ କରିଛି | ରାଷ୍ଟିୟ ସ୍ୱୟଂ ସେବକ ସଂଘର ବାଲ୍ୟ ଜୀବନରୁ ସ୍ୱୟଂ ସେବକ ଭାବରେ କାର୍ଯ୍ୟରତ ଶ୍ରୀ ଲିଙ୍ଗରାଜ ମଲ୍ଲିକ। ସେ ସଂଘର ବିଭିନ୍ନ ଦାୟିତ୍ଵ ତଥା ସଂଘର ପ୍ରଚାରକ ଭାବରେ କାର୍ଯ୍ୟରତ ଥିଲେ। ଭାରତୀୟ ଜନତା ପାର୍ଟିରେ ଜିଲ୍ଲା ସଂଘଠନ ସମ୍ପାଦକ ଭାବରେ କେନ୍ଦ୍ରାପଡ଼ା, ନବରଙ୍ଗପୁର ଓ ମୟୂରଭଞ୍ଜରେ ଦୀର୍ଘ ୧୫ ବର୍ଷ କାର୍ଯ୍ୟରତ ଥିଲେ। ସେଠାରୁ ଫେରିଲା ପରେ କିଶୋର ନଗର ୭ନଂ ଜୋନ ରୁ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବରେ ବିଜେଡି ବିରୁଦ୍ଧରେ ଲଢ଼ି ଅତି କମ ବ୍ୟବଧାନ ରେ ହାରିଥିଲେ। ତାପରେ କଟକ ଜିଲ୍ଲାର ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲ୍ଲା ସଭାପତି ଭାବରେ ୩ ବର୍ଷ କାର୍ଯ୍ୟରତ ଥିଲେ। ତାଙ୍କ କାର୍ଯ୍ୟ ଶୈଳୀ ଦେଖି ରାଜ୍ୟ ସଭାପତି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ରାଜ୍ୟ ଅନୁସୂଚିତ ଜାତିର ରାଜ୍ୟ ସଂଯୋଜକ ଭାବରେ ନୂତନ ଦାୟିତ୍ଵ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି |ତାଙ୍କର ମୁଖ୍ୟ ଲକ୍ଷ୍ୟ ଦଳକୁ କିପରି ତଳ ସ୍ତରରୁ ମଜବୁତ କରିବା ଏହାରି ଉପରେ ସେ ଅଧିକ ଗୁରୁତ୍ୱ ଦେଇ କାମ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି |


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?