ସୁସ୍ଥ ସମାଜ ଗଠନର ଭିନ୍ନ ସ୍ଵର “ହିନ୍ଦୁସ୍ଥାନ ହେଲପିଙ୍ଗ ହ୍ୟାଣ୍ଡସ୍”

0

କିଶନନଗର : 08.09 (ସା.ଆ.ମି)ପରିବେଶ ସୁରକ୍ଷା,ଜରୁରୀ କାଳୀନ ପରିସ୍ଥିତିରେ ରକ୍ତଦାନ, ବସ୍ତ୍ର ବଣ୍ଟନ,ଆଶ୍ରମ ସେବା,ପୂଜ୍ୟପୂଜା,ଶିକ୍ଷାଦାନ ଆନ୍ଦୋଳନକୁ ଲୋକାଭିମୁଖୀ କରିବା ସର୍ବୋପରି ଶୋଭାନିୟ ସମାଜ ଗଠନରେ ସାମାଜିକ ସଂଗଠନ ହେଉଛି କଟକ ସଦର ଅଂଚଳର “ହିନ୍ଦୁସ୍ଥାନ ହେଲପିଙ୍ଗ ହ୍ୟାଣ୍ଡସ୍”ର ଅବଦାନ ଅତୁଳନୀୟ । ଯୁବ ସମାଜସେବୀ ତଥା ପରିବେଶବିତ୍ ତେଲେଙ୍ଗାପେଣ୍ଠସ୍ଥ ନଛିପୁର ଗ୍ରାମର ବାସୁଦେବ ପାତ୍ର ଏହାର ସଭାପତି ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ବହୁବିଧ ସେବା କାର୍ଯ,ବିଭିନ୍ନ ଜନ ହିତକର କାର୍ଯ୍ଯ,ଶବଦାହ,ରକ୍ତଦାନ ଶିବିର ଆୟୋଜନ, ଆବଶ୍ୟକ ଥିବା ରୋଗୀକୁ ରକ୍ତ ଯୋଗାଇ ଦେବା ଇତ୍ୟାଦି । ପରିବେଶ ସୁରକ୍ଷା ନେଇ ଏଯାବତ୍ ୩୦୦୦୦ ରୁ ଉର୍ଦ୍ଧ ଚାରା ରୋପଣ ସହ ନିଜ ଅଞ୍ଚଳରେ ପାଞ୍ଚଟି ଜଙ୍ଗଲ (ଅକ୍ସିଜେନ୍ ପ୍ଲାଣ୍ଟ,ଲିଟିଲ୍ ଅମାଜନ୍,ମିଷ୍ଟ୍ରେସ୍ ଦୌପ୍ରଦୀ ମୁର୍ମୁ ଫରେଷ୍ଟ,ହୋଲି ଉଡ୍, ଲାଇଫ ଲାଇନ ଫରେଷ୍ଟ ଆଦି ଜଙ୍ଗଲର ନାମ) ସୃଷ୍ଟି କରିଛନ୍ତି । ଅନୁଷ୍ଠାନ ପକ୍ଷରୁ ମଧ୍ୟ୍ୟ ରାଜ୍ୟର ଗ୍ରାମାଞ୍ଚଳ ପିଲାଙ୍କ ବିକାଶ,ସଚେତନତା,ସେମାନଙ୍କୁ ଭଲ ସରକାରୀ ବୃତ୍ତି ଦିଗର ବିଭିନ୍ନ କମ୍ପିଟେଟିଭ ପରୀକ୍ଷା ଯଥା ରେଳବାଇ ବିଭାଗ,ଓଡ଼ିଶା ପୋଲିସ୍,ଆରଆଇ,ଅମିନ,ଫରେଷ୍ଟ ଗାର୍ଡ,ସପ୍ଲାଇ ଇନିସପେକ୍ଟର,ଜେଇ,ପିଏସଓ, ଏଏସଓ ପାଇଁ ପ୍ରସ୍ତୁତ କରିବା ନେ଼ଇ ମାଗଣାରେ ଶିକ୍ଷଦାନ କରାଯାଉଛି । ଶିକ୍ଷାନୁଷ୍ଠାନରୁ ପାଖାପାଖି ଚାଳିଶ ଜଣ ମେଧା ବିଦ୍ୟାର୍ଥି ଉତିର୍ଣ୍ଣ ହୋଇ ବହୁ ସରକାରୀ ଚାକିରୀ ପାଇଛନ୍ତି । ସୁସ୍ଥ ସମାଜ ଗଠନରେ ଅଗ୍ରଣୀ ସାମାଜିକ ସଂଗଠନ “ହିନ୍ଦୁସ୍ଥାନ ହେଲପିଙ୍ଗ ହ୍ୟାଣ୍ଡସ୍”ର ପ୍ରୟାସ ସାରା ରାଜ୍ୟ ପାଇଁ ପ୍ରରଣାର ଉତ୍ସ ପାଲଟିଛି ।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?