ନିରାଶ୍ରୟା ଟିକିଲିଙ୍କର ଢେଙ୍କାନାଳ ସ୍ବର୍ଗଧାମରେ ଶେଷକୃତ୍ୟ ସମ୍ପର୍ଣ୍ଣ କଲେ ଜରାଶ୍ରମକର୍ମୀ
ଢେଙ୍କାନାଳ ତା 06.09.23(ସା ଆ ମି )ମେରାମଣ୍ଡଳୀ ଗ୍ରାମ ସାଇମନ୍ଦିରରେ ଆଶ୍ରିତ ଟିକିଲି ସାହୁ ଗତ 23.06.23ରେ ବାତ୍ୟାରେ ପ୍ରପୀଡ଼ନରେ ପୀଡିତ ହୋଇ ପୂଜକ ବିରଞ୍ଚି ନାରାୟଣରଥଙ୍କ ସହାୟତାରେପ୍ରଥମେ ମେରାମଣ୍ଡଳୀ ଓ ପରେ ଢେଙ୍କାନାଳ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରାଇଥିଲେ! ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପ୍ରଚେଷ୍ଟାରେ ଟିକିଲି ଆରୋଗ୍ୟ ଲାଭ ପରେ ଟିକିଲି ଜିବେ କୁଆଡେ ଖବରକୁ ସାରାଆକାଶ ରେ ପ୍ରସାରଣପରେ ସ୍ଥାନୀୟ ପ୍ରଶାସନ,ଜନପ୍ରତିନିଧି ତତ୍ପରତାର ସହ ନିରାଶ୍ରୟା ଟିକିଲିଙ୍କୁ 19.07.23ରେ ଓଡାପଡା ବ୍ଲକଅଞ୍ଚଳ ବେଲପଡାସ୍ଥିତ ଚନ୍ଦ୍ରଶେଖର ବରିଷ୍ଠ ନାଗରିକ ଗୃହରେ ଉପାଧକ୍ଷ୍ୟ ଅମିତାଭ ସ୍ୱାଇଁ, ବ୍ଲକ ପ୍ରଶାସନ, ଓଡାପଡା ସାମ୍ବାଦିକ ସଙ୍ଘକର୍ମକର୍ତ୍ତାଙ୍କ ସହଯୋଗ ରେ ଭର୍ତିକରାଯାଇଥିଲା!ସୂଚନା ଅନୁଯାଇ
ତା 05.09.23ରିଖ ପୂର୍ବାହ୍ନପ୍ରାୟ 11ଘଟିକା ସମୟରେ ଟିକିଲିଅସୁସ୍ଥ ହୋଇପଡିବାରୁ ଚନ୍ଦ୍ରଶେଖର ବରିଷ୍ଠ ନାଗ ରିକଗୃହର କର୍ମୀମାନେ ତତକ୍ଷଣାତ108 ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରାଇଥିଲେ !ଚିକିତ୍ସକ ମାନେ ନିରାଶ୍ରୟା ବୃଦ୍ଧାଙ୍କ ଆରୋଗ୍ୟପାଇଁ ବହୁଚେଷ୍ଟାକରିଥିଲେ ମଧ୍ୟ ରାତ୍ରପ୍ରାୟ 09ଘଟିକା ସମୟରେ ଡାକ୍ତରଙ୍କ ସୂଚନା ଅନୁଯାଇ ଟିକିଲି ଇହ ଧାମ ତ୍ୟାଗ କରିଥିଲେ!ତାଙ୍କର ପାର୍ଥିବ ଶରୀରକୁ ଜିଲ୍ଲା ସଵାଗାରରେ
ରଖାଯାଇଥିଲା! ଆଜି ପୂର୍ବାହ୍ନ11ଘଟିକାରେ ଚନ୍ଦ୍ରଶେଖର ବରିଷ୍ଠ ନାଗରିକ ଗୃହର କର୍ମୀ ସରୋଜକୁମାର କରଣ, ସ୍ମୃତିରଞ୍ଜନ ରଥ ଓ ଜିତେନ୍ଦ୍ର ବେହରା ଟିକିଲିଙ୍କର ପାର୍ଥିବ ଶରୀରକୁ ଢେଙ୍କାନାଳ ସ୍ଥିତ ସ୍ୱର୍ଗଧାମରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଇଥିବାବେଳେ!ସାରାଆକାଶ ପତ୍ରିକା, AMSnews ପରିବାର ସମେତ ଚନ୍ଦ୍ରଶେଖର ବରିଷ୍ଠ ନାଗରିକ ଗୃହଅନ୍ତେବାସୀ, ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧି
ମାନେ ନିରାଶ୍ରୟା ଟିକିଲିଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି! ଢେଙ୍କାନାଳରୁ
ଜଗନ୍ନାଥ ନାୟକ
ସାରାଆକାଶ.