ହୁଲିପୁର ବାଲିଘାଟରେ ଡ଼ଙ୍ଗୀ ସାହାଯ୍ୟରେ ବାଲି ଉଠୁଛି କାହା ଅନୁମତିରେ ?
କିଶନନଗର 05.09 (ସା.ଆ.ମି) କଟକ ଜିଲ୍ଲା କିଶନନଗର ତହସିଲ ଅନ୍ତର୍ଗତ କିଶୋରନଗର ଗ୍ରାମ ପଞ୍ଚାୟତ ହୁଲିପୁର ଗ୍ରାମ ଗିରିଧାରୀ ମଠ ଗଡା଼ରେ ହୁଲିପୁର ବାଲି ଘାଟ ଏହି ଘାଟରେ ବାଲି ଉଠୁଥିବା ସ୍ଥାନରେ ନଦୀ ପାଣି ଆସିଯିବାରୁ ଏବେ ନଦୀର ପଠାକୁ ହିଟାଚି ମେସିନର ସାହାଯ୍ୟରେ କଟାଯାଇ ବାଲି ଉଠୁଛି ଯାହା ପୁରା ପୁରି ନିୟମ ବିରୁଦ୍ଧ କିନ୍ତୁ ପ୍ରଶାସନ ନିଦାବିଷ୍ଣୁ ସାଜିଛି |ଘାଟରେ ଏବେ ଡ଼ଙ୍ଗୀ ପଡି ବାଲି ଉଠା ଚାଲିଛି ବିନା ପରିବେଶ ମଞ୍ଜୁରୀ ରେ ଯାହା ନିୟମ ବିରୁଦ୍ଧ | ଏବେ ପ୍ରତିଦିନ 50ରୁ 60 ହାଇୱା ଯୋଗେ ବାଲି ପରିବହନ ହଉଛି କିନ୍ତୁ ପ୍ରଶାସନ ନିରବ |ପ୍ରଶାସନ ଡ଼ଙ୍ଗୀରେ ବାଲି ଉଠାଇବାକୁ ଅନୁମତି ଦେଇଛନ୍ତି କି? ଯଦି ଅନୁମତି ନାହିଁ ତେବେ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀଙ୍କ ଅନୁରୋଧ |