ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ଵାୟତ୍ତ ଶାସନ ଦିବସ ପାଳିତ
ନୟାଗଡ଼ : 31.08 (ସା.ଆ.ମି) ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ଗୁରୁବାର ସ୍ଵାୟତ୍ତ ଶାସନ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ପ୍ରଭାତରେ ରାମଧୂନ ଓ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଏନଏସି ପ୍ରଶାସକଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଲନ କରାଯାଇଥିଲା। ମଧ୍ୟାହ୍ନରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପରେ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ସଭାରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ମୂଖ୍ୟ ଅତିଥୁ,ପଞ୍ଚାୟତ ସମିତି ଅଧ୍ଯକ୍ଷ ଲୋକନାଥ ସାହୁ ବିଶେଷ ଅତିଥ୍ ଓ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ ସମ୍ମାନିତ ଅତିଥ୍ୟ ଭାବେ ମଞ୍ଚାସୀନ ଥିଲେ।ନିର୍ବାହୀ ଅଧିକାରୀ ଜେନା ବାର୍ଷିକ ବିବରଣୀ ପାଠ କରି ୨୦୧୭ରେ ସ୍ଥାପିତ ଓଡ଼ଗାଁ ଏନଏସିର ସର୍ବାଙ୍ଗିନ ବିକାଶ ଘଟିଛି। ଆଗାମୀ ଦିନରେ ଜନସାଧାରଣ,ପ୍ରଶାସକ ଓ ରାଜନେତାଙ୍କ ଉଦ୍ୟମରେ ଆହୁରି ସୁନ୍ଦର ଭାବେ ଗଢି ତୋଳାଯିବ ବୋଲି କହିଥିଲେ।ବ୍ଲକ ଅଧ୍ୟକ୍ଷ ସାହୁ ଓଡ଼ଗାଁ ସହର ବିକାଶମୂଳକ କାଠ୍ୟକ୍ରମ ଉପରେ ଟିପ୍ପଣୀ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥ୍ ଡ଼ ସାହୁ ନିଜ ଅଭିଭାଷଣରେ ଗାଁ ହେଉଛି ଏକ ସହର। ରଘୁନାଥ ଜୀଉଙ୍କ କୃପା,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ,ଜନସାଧାରଣଙ୍କ ସହଯୋଗ ବଳରେ ସହରର ଯାହା ଯାହା ଆବଶ୍ୟକତା ତାହା ଓଡ଼ଗାଁରେ ପୂରଣ ହୋଇଛି। ଗମନାଗମନ- ଯୋଗାଯୋଗ ଠାରୁ ଆରମ୍ଭ କରି ଶିକ୍ଷା,ସ୍ଵାସ୍ଥ୍ୟ ପ୍ରତ୍ୟେକ କ୍ଷେତ୍ରରେ ଓଡ଼ଗାଁ ଆଜି ବିକାଶର ଦ୍ବାର ଦେଶରେ ପହଞ୍ଚିଛି।ପୂର୍ବରୁ ନୟାଗଡ଼ରୁ ଓଡ଼ଗାଁ ଆସିବା ନିମନ୍ତେ ୧ ଘଣ୍ଟା ୪୫ ମିନିଟ ସମୟ ଲାଗୁଥିବାବେଳେ ଆଜି ସୁନ୍ଦର ରାସ୍ତାଟିଏ ଯୋଗୁଁ ମାତ୍ର ୨୫ ମିନିଟରେ ନୟାଗଡ଼ ଯାଇପାରୁଛେ।ଆଦର୍ଶ ବିଦ୍ୟାଳୟ,ମଡେଲ କୋର୍ଟ କମ୍ପ୍ଲେକ୍ସ,ରାମ ସାଗର ପାର୍କ,ମିନି ଷ୍ଟାଡିୟମ,ମୁକ୍ତାକାଶ ବ୍ୟାୟାମଶାଳା,ଆଦର୍ଶ ସ୍ମଶାନ,୫ଟି ସ୍କୁଲ,ହନୁମାନ ଛକଠାରେ ସୁଉଚ୍ଚ ତୋରଣ ଏହାର ମୁକସାକ୍ଷୀ ଭାବେ ଉଭା ହୋଇଛି। ଆଗାମୀ ଦିନରେ ୨ କୋଟି ୪୦ ଲକ୍ଷରେ ଡାକୁର କ୍ବାଟର, ୧ କୋଟି ୨୦ ଲକ୍ଷ ବ୍ୟୟ ଅଟକଳରେ ତିନୋଟି ପୋଖରୀର ନବୀକରଣ,୬ କୋଟି ୨୫ ଲକ୍ଷରେ ମଡେଲ ବସଷ୍ଟାଣ୍ଡ,୩ କୋଟିରେ ଏନଏସିର ନୂତନ କାର୍ଯ୍ୟାଳୟ୫ କୋଟି ୨୪ ଲକ୍ଷରେ ଦୁଇଟି ବୃହତ କଲ୍ୟାଣମଣ୍ଡପ,୧ କୋଟି ୫୦ ଲକ୍ଷରେ ଓଡ଼ଗାଁ କଲେଜର ଉନ୍ନତିକରଣ ଓ ୩ କୋଟି ୫୦ ଲକ୍ଷ ବ୍ୟୟରେ ଓଡ଼ଗାଁର ଆରାଧ୍ୟ ଦେବତା ରଘୁନାଥ ଜୀଉଙ୍କ ମନ୍ଦିରର ସୌନ୍ଦତ୍ୟକରଣ, କରାଯିବ କହିଥିଲେ।ଅନ୍ୟପକ୍ଷେ ୩୦ କୋଟି ବ୍ୟୟ ଅଟକଳରେ ବୁଢ଼ାବୁଢ଼ିଆଣି ଠାରୁ ମେଗା ପାନୀୟ ଜଳ ପ୍ରକଳ୍ପ ମାଧ୍ୟମରେ ଓଡ଼ଗାଁର ପ୍ରତ୍ୟେକ ଘର ମଧ୍ୟକୁ ପାନୀୟ ଜଳ ଯୋଗାଣ, ୪ କୋଟି ୫୦ ଲକ୍ଷରେ ନୂତନ ମାତୃ ଓ ଶିଶୁ ଚିକିତ୍ସାଳୟ ୧ କୋଟିରେ ହାଇଜେନିକ ମାଛ ମାର୍କେଟ କାବ୍ୟ ଚାଲୁ ରହିଛି।ଅଳ୍ପ ଦିନ ମଧ୍ୟରେ ଓଡ଼ଗାଁରେ ଡାକ୍ତର ସମସ୍ୟା ଦୁରୀଭୂତ ହେବପ୍ରତ୍ୟେକ ପଞ୍ଚାୟତରେ କଲ୍ୟାଣମଣ୍ଡପ ଉନ୍ନତି, ପ୍ରଗତି ଓ ବିକାଶର ଭାଷା କହୁଛି। ଓଡ଼ଗାଁର ଆହୁରି ବିକାଶ ପାଇଁ ଆମେ ତତ୍ପର କିନ୍ତୁ ତାର ରକ୍ଷଣାବେକ୍ଷଣ ଦାୟିତ୍ଵ ଆପଣମାନଙ୍କର ବିଧାୟକ କହିଥିଲେ।ଏହି ଅବସରରେ ଓଡ଼ଗାଁ ସହର ବିକାଶ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ପ୍ରତି ୱାର୍ଡରେ ହୋଇଥିବା ବିଭିନ୍ନ ଉନ୍ନୟନମୁଳକ କାବ୍ୟର ତାଲିକା ସ୍ଥାନ ପାଇଛି।ଓଡ଼ଗାଁରେ ପ୍ରତି ଘରେ ଏହି ପୁସ୍ତିକା ବଣ୍ଟନ କରାଯିବ ବୋଲି ଜଣାପଡିଛି।ଠିକ ସେହିପରି ଓଡ଼ଗାଁ ଏନଏସିର ୧୫ ଗୋଟି ୱାର୍ଡ ନିମନ୍ତେ ୧୫ ଜଣ ୱାର୍ଡ ଅଫିସରଙ୍କୁ ମୁଖ୍ୟ ଅତିଥ୍ଙ୍କ ଦ୍ବାରା ନିଯୁକ୍ତି ପତ୍ର ବଣ୍ଟନ କରାଯାଇଥିଲା। ଜନସାଧାରଣ ନିଜ ୱାର୍ଡର ସମସ୍ୟା ସିଧାସଳଖ ୱାର୍ଡ ଅଫିସରଙ୍କୁ ଜଣାଇବେ।ସମସ୍ୟାର ସମାଧାନ ନିମନ୍ତେ ୱାର୍ଡ ଅଫିସର ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେବେ। ୱାର୍ଡ ଅଫିସର ଏନଏସି ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ଵୟ ଅଧିକାରୀ ଭାବେ କାବ୍ୟ କରିବେ ବୋଲି ଜଣାପଡିଛି।ଅନ୍ୟପକ୍ଷେ ଓଡ଼ଗାଁର ସମସ୍ତ ସାମ୍ବାଦିକଙ୍କୁ ଉତ୍ତରୀୟ ଦେଇ ବିଧାୟକ ସମ୍ବଦ୍ଧିତ କରିଥିଲେ। ପରିଶେଷରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସୁଧାଂଶୁ ଶେଖର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।