ରୁଙ୍ଗଟା ମାଇନ୍ସ ପ୍ରକଳ୍ପ ସମ୍ପ୍ରସାରଣ ପରିବେଶ ମଞ୍ଜୁରୀ ଜନଶୁଣାଣୀ

0

ଢେଙ୍କାନାଳ ତା 31.08.23(ସା ଆ ମି )ଢେଙ୍କାନାଳ ଜିଲ୍ଲା ଓଡାପଡା ନୟାଭାଗିରଥିପୁର (ପୂର୍ବ )ରାଜସ୍ୱନିରୀକ୍ଷକ କାର୍ଯ୍ୟାଳୟ ପରିସରଠାରେ ଆୟୋଜିତ ରୁଙ୍ଗଟା ମାଇନ୍ସ, ପ୍ରଦୂଷଣ ବୋର୍ଡ, ଜିଲ୍ଲା, ସ୍ଥାନୀୟ ପ୍ରଶାସନ, କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନେଇ ଜନଶୁଣାଣୀ ହୋଇଥିଲା!ଉକ୍ତ ଜନଶୁଣାଣୀରେ କ୍ଷତିଗ୍ରସ୍ତ ପ୍ରଜା, ପାରିପାର୍ଶ୍ଵିକ ଅଞ୍ଚଳ ର ପ୍ରଜା ଓ ଜନ ପ୍ରତିନିଧିଙ୍କ ଦ୍ୱାରା32ଟି ଅଭିଯୋଗ ମଧ୍ୟରୁ 27ଟି ମତାମତ ଶିଳ୍ପ ପ୍ରଗତି ସପକ୍ଷରେ ସମର୍ଥନ ଆସିଥିଲା ରୁଙ୍ଗଟା ମାଇନ୍ସ ସ୍ୱମନିତ ଫେରୋ ଆଲୋଏଜ୍ କାରଖାନା ଉତ୍ପାଦନ କ୍ଷମତା ୦.୦୫୫ ନିୟୁତ ଟନ୍ ରୁ ୦.୨୯୩ ନିୟୁତ ଟନ୍ କୁ ବୃଦ୍ଧି କରିବା ସହିତ ୧୫୦ ମେଗାୱାଟ କ୍ଷମତା ବିଶିଷ୍ଟ ନିଜସ୍ୱ ତାପଜ ବିଦ୍ୟୁତ୍ କାରଖାନା ପ୍ରତିଷ୍ଠା ପାଇଁ ଯୋଜନା ରହିଥିବା ପ୍ରକାଶ ପାଇଛି।ଏହି ଜନ ଶୁଣାଣି ରେ ଢେଙ୍କାନାଳ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଳିତ ମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏବଂ ରାଜ୍ୟ ପ୍ରଦୂଷଣ ବୋର୍ଡ ଅନୁଗୋଳ ଶାଖା ର ଅଧିକାରୀ ଶ୍ରୀଯୁକ୍ତ ରମେଶ କୁମାର ଏକା, ଓଡାପଡା ତହସିଲଦାର ବାଣିନିବେଦିତା ସ୍ୱାଇଁ, ମୋଟଙ୍ଗା IIC ନିରଞ୍ଜନ ସେଠି ଓ ଅନ୍ୟାନ୍ୟ ସରକାରୀ ଅଧିକାରୀ ଉପସ୍ଥିତ ରହି କ୍ଷତିଗ୍ରସ୍ତ ପ୍ରଜା ମାନଙ୍କ ର ଆପତ୍ତି ଅଭିଯୋଗ ମନ୍ତବ୍ୟ, ମତାମତ, ଶୁଣିଥିଲେ । ଲୋକମାନଙ୍କ ଆପତ୍ତି ଅଭିଯୋଗ, ମନ୍ତବ୍ୟ, ମତାମତ କୁ ଅଗ୍ରାଧିକାର ଭିତ୍ତିରେ ପାଳନ କରାଯିବାକୁ ଉପସ୍ଥିତ ଅଧିକାରୀ ମାନେ ପ୍ରତିଶ୍ରୁତି ଦେଇଥିବା ଦେଖିବାକୁ ମିଳିଥିଲା। କାରଖାନା କର୍ତ୍ତୃପକ୍ଷ ମାନଙ୍କ ମଧ୍ୟରେ ବରିଷ୍ଟ ଉପସଭାପତି ଶ୍ରୀ ପ୍ରଦୀପ କୁମାର ଚତୁର୍ ବେଦୀ,ସହାୟକ ସଭାପତି ଶ୍ରୀ ଦେବବ୍ରତ ମିଶ୍ର, ସାଧାରଣ ସମ୍ପାଦକ ଶ୍ରୀ ଦେବବ୍ରତ ପଣ୍ଡା,ମାନବ ସମ୍ବଳ ଅଧିକାରୀ, ଶ୍ରୀ ହିମାଂଶୁ ଶେଖର ବେହେରା, ପ୍ରକଳ୍ପ ପ୍ରବନ୍ଧକ ଶ୍ରୀ ରାଜେନ୍ଦ୍ର ପ୍ରସାଦ ନନ୍ଦ,ମାନବ ସମ୍ବଳ ଡିଜି ଏମ୍ ଶ୍ରୀ ଅଜୟ କୁମାର ଦାସ, ପ୍ରବନ୍ଧକ ଅଧିକାରୀ ଶ୍ରୀ ଗୋପୀନାଥ ସ୍ୱାଇଁ, ସିନିୟର୍ ମ୍ୟାନେଜର ଶ୍ରୀ ବିକ୍ରମ କେଶରୀ ମହାପାତ୍ର,ଏଜିଏମ୍ ଶ୍ରୀ ମାନସ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।ଶୃଙ୍ଖଳିତ ଭାବେ ଜନଶୁଣାଣୀ ସମ୍ପାଦିତ ହୋଇଥିଲା! ଢେଙ୍କାନାଳରୁ ଜଗନ୍ନାଥ ନାୟକ ସାରାଆକାଶ


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?