ଦାଦନ ଖଟିବାକୁ ଯାଇ ଏକମାତ୍ର ପୁତ୍ର ସୁନିଲର ଶବ ଫେରିଲା
ବାଣପୁର /ଖୋର୍ଦ୍ଧା ୨୮,୮,୨୩ (ସା.ଆ.ମି) ଖୋର୍ଦ୍ଧା ଜିଲା ବାଣପୁର ବ୍ଲକରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବାଣପୁର ଥାନା ଅନ୍ତର୍ଗତ ସାଲୁଣୀ ଗ୍ରାମର ସତ୍ୟ ସ୍ୱାଇଁଙ୍କ ଏକମାତ୍ର ପୁତ୍ର ସୁନିଲ କୁମାର ସ୍ବାଇଁ ବୟସ ୧୯ବର୍ଷ ହେବ। ସତ୍ୟ ସ୍ୱାଇଁଙ୍କ ଶରିର ଅସୁସ୍ଥ ଥିବାରୁ ପରିବାର ଚଳାଇବା ପାଇଁ ପାଠପଢାରେ ଡୋରି ବାନ୍ଧି ସୁଦୂର ଚେନାଇରେ ଦାଦନ ଖଟିବାକୁ ଠିକାଦାର ଦିଲିପ ପରିଡାଙ୍କ ସହିତ ଏକ ମାସ ପୂର୍ବରୁ ଯାଇଥିଲେ। ହେଲେ ଦଇବ ଦଉଡି ମଣିଷ ଗାଇ ଯେଣିକି ଟାଣିବ ତେଣିକି ଯାଇ। ସେଠାରେ ତାଙ୍କର ଦେହ ଖରାପ ହେବାରୁ ସେ କାମ କରିବାକୁ ଯାଇ ନ ପାରିବାରୁ ତାଙ୍କ ଘରଲୋକ ଗାଁକୁ ପଠାଇଦେବା ପାଇଁ କହିଥିଲେ। ୩ଦିନପରେ ସୁନିଲକୁ ଠିକାଦାର ମାରଧର କରିଥିବାକଥା ସୁନିଲର ପାଖରେଥିବା ଗାଁ ପିଲା କହୁଛନ୍ତି। ସୁନିଲକୁ ଟ୍ରେନ୍ ରେ ନେଇ ଆସୁଥିବାବେଳେ ନିଲୁର୍ ଷ୍ଟେସନରେ ତାର ବାନ୍ତି ହୋଇ ମୃତ୍ୟୁ ହେବା ଘରକୁ ଖବର ଆସିଲା ।ତାଙ୍କ ପରିବାର ଲୋକ ନିଲୁରରେ ପହଁଚି ଶବ ବ୍ୟବଚ୍ଛେଦ ପରେଏକ ଆମ୍ବୁଲାନ୍ସ ମାଧ୍ୟମରେ ଗାଁ କୁ ଆଣିଥିଲେ। ନିରାଶ୍ରୟ ପରିବାର ଓ ସାଲୁଣୀ ଗ୍ରାମବାସୀ ବାଣପୁର ଥାନାରେ ଅଭିଯୋଗ କରିବା ସହ ଚାପା ଉତେଜନା ଲାଗିରହିଥିବା ବେଳେ ଗ୍ରାମବାସୀମାନଙ୍କ ବୁଝାସୁଝା କରି ମୃତ ସୁନୀଲର ଶବ ଦାହ କରିଥିଲେ।