ଢେଙ୍କାନାଳ ଜିଲ୍ଲା ପରିଷଦ ସମୀକ୍ଷା ବୈଠକ
ଢେଙ୍କାନାଳ ତା 24.08.23(ସା ଆ ମି )ଆଜି ଅପରାହ୍ନରେ ଜିଲ୍ଲାପରିଷଦ ସଭାକକ୍ଷରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧକ୍ଷତାରେ ପୋୖରାଞ୍ଚଳଓ ଗ୍ରାମାଞ୍ଚଳର ବିଭିନ୍ନ ପ୍ରକଳ୍ପର ପ୍ରଗତିକୁ ସମୀକ୍ଷା କରାଯାଇଥିଲା!ସୂଚନା ଅନୁଯାଇ ପୌରାଞ୍ଚଳ, ବିଜ୍ଞାପିତ ପରିଷଦର ରାସ୍ତା, ମିଶନଶକ୍ତିଗୃହ, ସୌନ୍ଧର୍ଯ୍ୟକରଣ, ସ୍ମାର୍ଟ ପାର୍କ, ଉନ୍ନତ ମାନର ଶବଦାହ ଗୃହ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିବା ବେଳେ 66ଟି ମିଶନ ଶକ୍ତି ଗୃହରୁ 55ଟି ସମ୍ପର୍ଣ୍ଣ ହୋଇଥିବାବେଳେ 10ଟି ଗୃହ ସମ୍ପର୍ଣ୍ଣ ହୋଇନଥିବାର ଜଣାପଡିଛି! ସେହିଭଳି ଆଠଗୋଟି ବ୍ଲକରେ 398, ଟି ପ୍ରକଳ୍ପର ସମୀକ୍ଷା କରାଯାଇଥିଲା! ଜିଲ୍ଲାର 2220ଟି ଅଙ୍ଗନାୱାଡି କେନ୍ଦ୍ର ନିଜସ୍ୱ ଗୃହ ମଞ୍ଜୁରୀ ହୋଇଥିବାବେଳେ ଅଦ୍ୟାବଧି 2030ଟି କେନ୍ଦ୍ରର କାର୍ଯ୍ୟ ସମ୍ପୂର୍ଣ ହୋଇଥିବାବେଳେ ଅବଶିଷ୍ଟ 170ଟି କେନ୍ଦ୍ର କାର୍ଯ୍ୟ ତୁରନ୍ତ ସମ୍ପର୍ଣ୍ଣ ନିମନ୍ତେ ଜିଲ୍ଲାପାଳ ଶ୍ରୀଯୁକ୍ତ ସେଠି ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଛନ୍ତି! ବୈଠକକୁ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତିଷଙ୍କର ସାହୁ ପରିଚାଳନା କରିଥିବାବେଳେ RWSS ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର କୁମାର ବେହେରା ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ! ଢେଙ୍କାନାଳରୁ ଜଗନ୍ନାଥ ନାୟକ
ସାରାଆକାଶ.