ମୁଁ ପାଠ ପଢ଼ିବି କାଳିଆ ଘୋଡାରେ ଚଢ଼ିବି ମଧୁବାବୁ ସଙ୍ଗେ ଲଢ଼ିବି

0

ଢେଙ୍କାନାଳ ତା 18.08.23(ସା ଆ ମି )କାମାକ୍ଷାନଗର-ଫାଇଲରେ ବନ୍ଧା ହୋଇ ପଡିଛି ଶିଶୁ ଶ୍ରମିକଙ୍କ ଭାଗ୍ୟ।ଅନ୍ୟ ପିଲା ମାନଙ୍କ ଭଳି ଏମାନେ ମଧ୍ୟ ସ୍କୁଲ ଯିବେ ଓ ଶିକ୍ଷା ଗ୍ରହଣ କରିବେ।ପାଠ ପଢିବାର ସୁଯୋଗ ଦିଆଯିବ।ଯାହା ଫଳରେ ସମାଜର ମୁଖ୍ୟ ସ୍ରୋତରେ ସେମାନେ ସାମିଲ ହେଇପାରିବେ।ଏବଂ ନିଜ ଭବିଷ୍ୟତ ନିଜେ ଗଢି ପାରିବେ।ଏହି ଲକ୍ଷ୍ୟ ନେଇ ରାଜ୍ୟ ଶିଶୁ ଶ୍ରମିକ ବିଭାଗ କାର୍ଯ୍ୟ କରୁଥିବା ବେଳେ ଏହା ସବୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଫେଲ ମାରିଥିବା ଦେଖିବାକୁ ମିଳିଛି।ରାତିରେ ମଧ୍ୟ ଏକ ଶିଶୁ ରାସ୍ତା କଡରେ ପଡିଥିବା କିଛି ବୋତଲ,ପ୍ଲାଷ୍ଟିକକୁ ଏକ ବ୍ୟାଗରେ ଗୋଟାଇ ଯାଉଥିବାର ଦେଖିବାକୁ ମିଳିଛି।ଶିଶୁଟି କିଛି ଖାଇ ନଥିବା ବେଳେ ପାଠ ପଢା ପ୍ରତି ଆଗ୍ରହ ଥିବା ମଧ୍ୟ କହିଥିଲା।ବୋତଲ ଗୋଟାଇ ବିକ୍ରି କରିଲେ ସେ ପଇସାରେ ଖାଇଥାଏ।ଏ ଘଟଣା ଦେଖିବା ପରେ ଶିଶୁ ନିରୋଧ ଆଇନ କାର୍ଯ୍ୟ କରୁଥିବା ସନ୍ଦେହ ଦେଖାଦେଇଛି।ହଁ ଦର୍ଶକ ବନ୍ଧୁ କେବଳ ଏହି ଜଣେ ଶିଶୁ ନୁହେଁ ଏହି ଭଳି ଅନେକ ଶିଶୁ ଏମିତି ସହର ମଧ୍ୟରେ ବୁଲି ମାଗୁଥିବାର ଦେଖିବାକୁ ମିଳୁଛି।କିନ୍ତୁ ସ୍ଥାନିୟ ପ୍ରଶାଶନର ମଧ୍ୟ ଏଥିପ୍ରତି ଦୃଷ୍ଟି ମଧ୍ୟ ପଡୁନାହିଁ।ବାପା ମାଆ ଅନ୍ୟତ୍ର କାମ କରିବାକୁ କିମ୍ବା ଜରି,ବୋତଲ ଗୋଟାଇବାକୁ ଯିବା ପରେ ଶିଶୁ ମଧ୍ୟ ଏହି କାମରେ ବାହାରି ଯାଇଥାଏ।କିଛି ଦୋକାନି ମଧ୍ୟ ଏହି ଶିଶୁକୁ ଦେଖି ଖାଇବାକୁ ଦେଇ ଦିଅନ୍ତି।ପ୍ରଶାଶନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହ ଶିଶୁକୁ ଉଧାର କରି ପାଠ ପଢାଇବାର ବ୍ୟବସ୍ଥା କରିବା ପାଇଁ ଦାବି ହେଉଛି।
ଢେଙ୍କାନାଳରୁ
ଜଗନ୍ନାଥ ନାୟକ
ସାରାଆକାଶ


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?