ବ୍ରାହ୍ମଣୀ ପବ୍ଲିକ ସ୍କୁଲରେ ୭୭ତମ ସ୍ବାଧୀନତା ଦିବସ ପାଳିତ
କଣ୍ଟାବଣୀଆ ତା 15.08.23(ସା ଆ ମି ) ଖଡ଼ଗପ୍ରସାଦ ଗ୍ରାମରେ ଥିବା ବ୍ରାହ୍ମଣୀ ପବ୍ଲିକ ସ୍କୁଲରେ ୭୭ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ସୋଇଯାଇଛି । ପ୍ରଥମେ ବିଦ୍ୟାଳୟର ଏନ୍ ସି ସି, ସ୍କାଉଟ୍ ଆଣ୍ଡ୍ ଗାଇଡ୍ସ ଓ ଜୁନିଅର ରେଡ୍ କ୍ରସ୍ ବାହିନୀ ଙ୍କ ଦ୍ଵାରା ଘୋଷବାଦ୍ୟର ସହିତ ଅତିଥିମାନଙ୍କୁ ସ୍ବାଗତ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଡ.ନୀହାର ରଞ୍ଜନ ସିଂହ ମଞ୍ଚାସୀନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ମୁଖ୍ୟ ଅତିଥି ନବ ଲିମିଟେଡ଼ର କମୋଡର ଜି. ପ୍ରକାଶ ଜାତୀୟ ପତାକା ଉତ୍ତୋଳନ କରିବା ସହ ଛାତ୍ରଛାତ୍ରୀଙ୍କୁ ପ୍ରେରଣାମୂଳକ ଉଦ୍ ବୋଧନ ଦେଇଥିଲେ। ସମ୍ମାନୀତ ଅତିଥି ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ତଥା ବିଦ୍ଯାଳୟର ଚେୟାରମ୍ୟାନ ଶ୍ରୀଯୁକ୍ତ ଗଙ୍ଗାଧର ସାମଲଙ୍କ ସୁପୁତ୍ର ଯୁବନେତା ତଥା ଡାଇରେକ୍ଟର ଅଫ ସେଣ୍ଟର ଫର ସୋସିଆଲ୍ ୱେଲ୍ ବିଙ୍ଗ୍ ଆଣ୍ଡ ହେଲ୍ ଥ ର ଡ଼. ଅବିନାଶ ସାମଲ ତାଙ୍କର ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ସର୍ବଦା ଆଗରେ ରହିବାକୁ ନିଜକୁ ପ୍ରସ୍ତୁତ କରନ୍ତୁ ବୋଲି କହିଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଶ୍ରୀଯୁକ୍ତ ବିଜୟ କୁମାର ଧଳ, ସ୍ବାଧୀନତା ଦିବସ ର ଆଭିମୁଖ୍ୟ ଉପରେ କଥା ରଖିଥିଲେ। ପ୍ରତିଷ୍ଠାତା ସଦସ୍ୟ ଶ୍ରୀଯୁକ୍ତ ନୀଳମଣି ଧଳ, ଶ୍ରୀଯୁକ୍ତ ନରେନ୍ଦ୍ର ସାହୁ, ଲେଫ୍ଟନାଣ୍ଟ କର୍ନେଲ ଦୀପକ କୁମାର,ଶ୍ରୀଯୁକ୍ତ ଵିନୋଦ କୁମାର ସାହୁ, ପୂର୍ବତନ ଭାରତୀୟ ସେନା ଅଧିକାରୀ ଶ୍ରୀଯୁକ୍ତ ସୁଜନ ସାମଲ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କର ପ୍ଯାରେଡ୍ ଅଭିବାଦନ ଗ୍ରହଣ କରିଥିଲେ। ଅତିଥି ମାନେ “ମେରୀ ମାଟି ମେରା ଦେଶ” କାର୍ଯ୍ୟକ୍ରମ ଭିତରେ ଶିଲାଫଲକମର ଉଦ୍ ଘାଟନ କରିଥିଲେ। ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଖଡ଼ଗପ୍ରସାଦ ଗ୍ରାମ ପରିଭ୍ରମଣ କରି ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ପହଞ୍ଚାଇ ଥିଲେ। ଛାତ୍ରଛାତ୍ରୀ ମାନଙ୍କଦ୍ବାରା ଚିତ୍ତାକର୍ଷକ ନୃତ୍ୟ, ପିରାମିଡ୍,ଯୋଗ ଆଦି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆଜିର ଜାତୀୟ ଦିବସକୁ ସାଫଲ୍ୟମଣ୍ଡିତ କରିଥିଲା। ସର୍ବଶେଷରେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ପଣ୍ଡା ମହୋଦୟ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କଣ୍ଟାବଣିଆରୁ ହିମାଂଶୁ ଶେଖର ସ୍ୱାଇଁ ସାରାଆକାଶ