ଅଗଷ୍ଟ 15ରୁ ହିନ୍ଦୋଳରୋଡ଼ ଷ୍ଟେସନରେ ରହିବ ଏକ୍ସପ୍ରେସଟ୍ରେନ
ଢେଙ୍କାନାଳ 11.08.23(ସା ଆ ମି )ହିନ୍ଦୋଳରୋଡ଼ ରେଳଷ୍ଟେସନ ଗୋଟିଏ ପୁରାତନ ଷ୍ଟେସନ ଯେଉଁ ଠାରୁ ହିନ୍ଦୋଳଉପଖଣ୍ଡର ଲକ୍ଷାଧିକ
ଲୋକେଯାତାୟତପାଇଁ ନିର୍ଭରଶିଳ ଷ୍ଟେସନରେ ଲୋକାଲ ଟ୍ରେନ ଗୁଡିକ
ରହୁଥିଲା କିନ୍ତୁ କୌଣସି ଏକ୍ସପ୍ରେସ ଟ୍ରେନ ଗୁଡିକ ରହୁନଥିବାରୁ ଜନସାଧାରଣ ଗଡ଼ଢେଙ୍କାନାଳ ଓ ମେରାମଣ୍ଡଳୀ ଷ୍ଟେସନ ଉପରେ ନିର୍ଭର କରନ୍ତି ! ଅଞ୍ଚଳବାସୀ ଏକ୍ସପ୍ରେସ ଟ୍ରେନ ରହଣି ନିମନ୍ତେ ଦୀର୍ଘଦିନଧରି ରେଳ ବିଭାଗର ଦୃଷ୍ଟିଆକର୍ଷଣ କରିଆସୁଥିଲେ କିନ୍ତୁ କୌଣସି ସୁଫଳ ମିଳିନଥିଲା ! ସ୍ଥାନୀୟ ଜନସାଧାରଣ, ହିନ୍ଦୋଳ ରୋଡ଼ ବଜାର କମିଟି, ଓଡାପଡା ସାମ୍ବାଦିକ ସଙ୍ଘ ମାନ୍ୟବର କେନ୍ଦ୍ର ଶିକ୍ଷାଦକ୍ଷତା ବିକାଶ ଉଦ୍ୟୋମିତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ଫଳ ସ୍ୱରୂପ ମାନ୍ୟବର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀବୈଷ୍ଣବଙ୍କ ସୁପାରିଶ କ୍ରମେ ଆସନ୍ତା ତା 15.08.23ରିଖ ଠାରୁ ରାଉରକେଲା ଭୁବନେଶ୍ୱର ଇଣ୍ଟରସି ଟି 22839ନଂ ଅପ ଟ୍ରେନ ସମୟ 10ଘ 23ରେ ପହଞ୍ଚି 10ଘ 24ରେ ଛାଡିବ ଓ ଡାଉନ ଟ୍ରେନ ନଂ22840 ଅପରାହ୍ନ 2ଘ55ରେ ପହଞ୍ଚି 2ଘ 57ରେ ଛାଡିବାର ଭାରତୀୟ ରେଳ ବିଭାଗ ପକ୍ଷରୁ ସୂଚନା ଅଞ୍ଚଳବାସୀ ମାନ୍ୟବର କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଉଦ୍ୟମିତାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ,ପ୍ରାକ୍ତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟ ପାଣି ଓ ଭାରତୀୟ ରେଳ ବିଭାଗକୁ ପ୍ରଶଂସା କରିଛନ୍ତି!
ଢେଙ୍କାନାଳରୁ
ଜଗନ୍ନାଥ ନାୟକ
ସାରା ଆକାଶ.