ଓଡିଶାର ପ୍ରଥମ ରାଜବନ୍ଦୀ ସ୍ବର୍ଗତ ରାଜକୃଷ୍ଣ ବୋଷଙ୍କ ନାମରେ ରାଜଧାନୀରେ ପ୍ରତିମୂର୍ତ୍ତି ଏବଂ ଏକ ରାସ୍ତାର ନାମକୁ ତାଙ୍କ ନାମରେ ନାମିତ କରାଯାଉ

0

କିଶନନଗର : କଟକ ଜିଲ୍କା ଅନ୍ତର୍ଗତ କିଶନନଗର ତହସିଲ ନିକଟରେ ଥିବା ରାମଚନ୍ଦ୍ରପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ l ସେ ଛାତ୍ର ଜୀବନରୁ ବିଭିନ୍ନ ସମୟରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ବହୁବାର ଜେଲ ଯାଇଥିଲେ |ସେ ମା, ମାଟି, ଦେଶକୁ ଭଲ ପାଉଥିବା ବ୍ୟକ୍ତି ଥଲେ | ଜଣେ ମେଧାବୀ ଛାତ୍ର ଥିଲେ l ଡାକ୍ତରୀ ପାଠ ପଢିବା ପାଇଁ ନାମ ଲେଖା ହୋଇଥିଲା ସତ କିନ୍ତୁ ଡାକ୍ତରୀ ପାଠ ଛାଡି ଗୋରା ସରକାର ବିରୁଦ୍ଧରେ ଲଢେଇ ଜାରି ରଖି ଥିଲେ | ଦେଶ ସ୍ୱାଧୀନତାର ପରବର୍ତ୍ତୀ ସମୟରେ ସେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ | ମନ୍ତ୍ରୀ ଥିବା ସମୟରେ ଅଞ୍ଚଳବାସୀଙ୍କ ପାଇଁ ଡାକ୍ତରଖାନା, ସ୍କୁଲ, ପଶୁ ଚିକିତ୍ସାଳୟ, କେନାଲ, ମହାନଦୀର ବନ୍ୟା ଜଳକୁ ନିୟନ୍ତ୍ରଣ ପାଇଁ ଆଇତପୁର ଠାରେ ଏକ ବନ୍ଧ ନିର୍ମାଣ କରାଯାଇଥିଲା l ସେ ଅଞ୍ଚଳ ବନ୍ୟାରୁ ମୁକ୍ତି ପାଇବା ସହ ସଶ୍ୟ, ଶ୍ୟାମଳାରେ ପରିପୂର୍ଣ୍ଣ ହୋଇଥିଲା l ତାଙ୍କୁ ସେ ଅଞ୍ଚଳର ଅନ୍ନଦାତା ବୋଲି କୁହାଯାଏ l ଏବେ ଅଞ୍ଚଳବାସୀଙ୍କ ଦାବି ସେ ଓଡିଶାର ପ୍ରଥମ ରାଜବନ୍ଦୀ ତେଣୁ ତାଙ୍କର ଉଚିତ ସମ୍ମାନାର୍ଥେ ତାଙ୍କର ଏକ ପ୍ରତିମୂର୍ତ୍ତି ରାଜଧାନୀ ଭୁବନେଶ୍ୱରରେ ସ୍ଥାପନା ସହିତ ଗୋଟେ ରାସ୍ତାର ନାମକୁ ତାଙ୍କ ନାମରେ ନାମିତ କରାଯାଉ l


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?