ଆଦର୍ଶ ସମାଜସେବୀ: ଗଙ୍ଗାଧର ବେହେରା

0

କଟକ : ସେବା ଆଉ ତ୍ୟାଗ ଏକ ବ୍ରତ ଆଉ ସାଧନା । ସେହିଭଳି ଆମ ସମୟର ଜଣେ ଯଶସ୍ୱୀ ପ୍ରତିଭା, ସାମ୍ୱାଦିକ ସେବାପ୍ରାଣ ଗଙ୍ଗାଧର ବେହେରା ଅନ୍ୟତମ । ୧୯୭୮ ମସିହା ପିତା ସ୍ବର୍ଗତ ପଦ୍ମଲାଭ ବେହେରା,ମାତା କମଳା ବେହେରାଙ୍କ ସୁପୁତ୍ର କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କଉଡିଆପଡା ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି। ବୃତ୍ତି ସାମ୍ବାଦିକତା ଆଉ ପ୍ରବୃତି ସମାଜସେବା । ବହୁବିଧ ସେବାର ଶିକୃତି ସ୍ଵରୁପ ସେ ମାନ୍ୟବର ରାଷ୍ଟପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ଠାରୁ ଜାତୀୟ ଯୁବ ପୁରସ୍କାର ପ୍ରାପ୍ତ ୨୦୧୪ ମସିହାରେ,ମାନ୍ୟବର ଓଡ଼ିଶା ରାଜ୍ୟପାଳଙ୍କ ଠାରୁ ରାଜୀବଗାନ୍ଧୀ ସଦଭାବନା ପୁରସ୍କାର,ମାନ୍ୟବର ଓଡ଼ିଶା ମୁଖ୍ୟମନ୍ତ୍ରୀ ଠାରୁ ରାଜ୍ୟ ଯୁବ ଓ ପ୍ରକୃତି ମିତ୍ର ପୁରସ୍କାର,କଟକ ଜିଲ୍ଲାପାଳଙ୍କ ଠାରୁ ଜିଲ୍ଲା ଯୁବ ପୁରସ୍କାର,ବିଧାନସଭା ବାଚସ୍ପତିଙ୍କ ଠାରୁ ଆନ୍ତର୍ଜାତିକ ସ୍ବେଚ୍ଛାସେବୀ ପୁରସ୍କାର,ବ୍ଲକ ସ୍ତରୀୟ ବିଜୁପଟ୍ଟନାୟକ ଜନ୍ମ ବାର୍ଷିକ ପୁରସ୍କାର,ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କାର ଏତଦ୍ ବ୍ୟତୀତ ଓଡ଼ିଶା ରାଜ୍ୟ ଓ ଅନ୍ୟ ରାଜ୍ୟରୁ ସମ୍ବର୍ଦ୍ଧିତ । ଗଙ୍ଗାଧର ଏଯାବତ୍ ୪୫ ଥର ରକ୍ତଦାନ,ବୃକ୍ଷ ରୋପଣ ଆଦି ମହତ୍ କାର୍ଯ୍ୟ କରିଚାଲିଛନ୍ତି । ନେହେରୁ ଯୁବ କେନ୍ଦ୍ର କଟକ ଓ ରାଜ୍ୟ କାର୍ଯ୍ୟାଳୟ ସହିତ ଯୋଡି ହୋଇ ବିଭିନ୍ନ ବର୍ଗର ଯୁବଗୋଷ୍ଠୀଙ୍କୁ,ଯୋଗ,ଆତ୍ମନିର୍ଭଶୀଳ ଭାରତ ଇତ୍ୟାଦି କାର୍ଯ୍ୟର ପ୍ରଶିକ୍ଷକ ପ୍ରଦାନ,ରାଜ୍ୟ ସରକାରଙ୍କ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ଆଦି ଅନେକ ସୁକାର୍ଯ୍ୟରେ ସାଧନାରତ । ନିଜ ଅଞ୍ଚଳରେ “ଦିଗବଳୟ ସ୍ବେଚ୍ଛାସେବୀ ସଙ୍ଗଠନ” ଦ୍ଵାରା ବହୁ ଜନ ମଙ୍ଗଳ କାର୍ଯ୍ୟ ସହ “ବନ୍ଦନା କଳା ନିକେତନ” ସ୍ଥାପନ କରି କଳା ସାହିତ୍ୟ ସଂସ୍କୃତିର ବିକାଶ ଦିଗରେ ନିରଳସ ସାଧନା ଜାରୀ ରଖି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଟାଙ୍ଗୀ – ଚୌଦ୍ବାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଆଞ୍ଜୁଆ ଗ୍ରାମରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଗଠନ କରି ଅନଗ୍ରସର ଶ୍ରେଣୀର ଶିକ୍ଷାର୍ଥୀ ମାନଙ୍କୁ ପାଠ ପଢ଼ାଉ ଅଛନ୍ତି ।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?