କିଡ଼ନୀ ରୋଗୀ ପାଇଁ ଅର୍ଥ ସାଜିଛି ବାଧକ
ଭୁବନେଶ୍ୱର : ମୋର ଯଦି କିଛି ହୋଇଯାଏ ମୋ ପରିବାର ଭାସିଯିବେ। ନିଆଳି ଅଞ୍ଚଳର ଏହି ଦମ୍ପତି ଏବେ ରାଜଧାନୀର କଳିଙ୍ଗ ନଗରରେ ରହୁଛନ୍ତି ଏକ ଭଡା ଘରେ।ସ୍ୱାମୀ କିଡିନି ରୋଗରେ ଆକ୍ରାନ୍ତ ହେବା ପରେ ପୂରା ପରିବାର ଭାଙ୍ଗି ପଡିଛନ୍ତି। କାରଣ ଏହି ବ୍ୟକ୍ତି ଜଣକ ହେଉଛନ୍ତି ଘରର ଏକମାତ୍ର ରୋଜଗାରକ୍ଷମ ପୁଅ। ଶରୀର ଅସୁସ୍ଥ ହେବାରୁ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦଉଡି ଦଉଡି ନୟାନ୍ତ ହେବା ପରେ ଜାଣିବାକୁ ପାଇଲେ ତାଙ୍କର ଦୁଇଟି କିଡିନି ନଷ୍ଟ ହୋଇଯାଇଛି। ବଞ୍ଚିବାର ଆଶା ମଉଳୀ ଗଲା। ହେଲେ କିଛି ଦିନ ପରେ ପରିବାରର ସଦସ୍ୟ ଜଣେ ନିଜର ଏକ କିଡିନି ଦେଇଥିଲେ ଏହି ବ୍ୟକ୍ତିଙ୍କୁ । କିଡିନି ପ୍ରତିରୋପଣ ହେବା ପରେ ସେ ଭୁବନେଶ୍ବରର ଏକ ଘରୋଇ ମେଡିକାଲ୍ରେ ଚିକିଚ୍ଛିତ ହେଉଥିଲେ। ଅଧିକ ଅର୍ଥ ଦରକାର ହେବାରୁ ଘରୋଇ ହସ୍ପିଟଲରେ ରହିହେଲାନି ଶେଷରେ ଏକ ଭଡାଘର ନେଇ ଚିକିତ୍ସିତ ହେଉଛନ୍ତି। ଏହି ଖବର ଜାଣିବା ପରେ ଆଜି ପହଁଞ୍ଚିଥିଲେ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ତ୍ରିଶକ୍ତିର ସ୍ୱେଚ୍ଛାସେବୀ ତଥା ହାଇକୋଟ ଆଡଭୁକେଟ୍ ସୁମନ୍ତ ସ୍ୱାଇଁ ଓ ଅକ୍ଷୟ କୁମାର ଦାସ ପହଁଞ୍ଚି ଏକ ମାସର ରାସନ ସାମଗ୍ରୀ ସହିତ ଅନ୍ୟାନ୍ୟ ଜିନିଷ ଯୋଗାଇଦେବା ସହିତ କିଛି ଅର୍ଥରାଶି ପ୍ରଦାନ କରିଥିଲେ। ତେବେ ଗଣମାଧ୍ୟମକୁ ପ୍ରତିକ୍ରିଆରେ ଓଡିଶାବାସୀଙ୍କୁ ନିବେଦନ କରିଥିଲେ ଓଡିଶାବାସୀଙ୍କ ଛୋଟ ଛୋଟ ସହଯୋଗ ଏହି ଦମ୍ପତିଙ୍କ ମୁହଁରେ ହସ ଫୁଟାଇ ପାରିବ।ଏହି ଦମ୍ପତି ମଧ୍ୟ ତ୍ରିଶକ୍ତି ଫାଉଣ୍ଟେନକୁ ଧନ୍ୟବାଦ ଦେଇଥିଲେ । ଉକ୍ତ କାର୍ୟ୍ୟକ୍ରମରେ କିଡିନି ପିଡିତାଙ୍କ ପାଖରେ ତ୍ରୀଶକ୍ତି ଫାଉଣ୍ଡେସନ୍ରର ଅକ୍ଷୟ ଦାସ, ଅନାଦି ଦାସ, ମହେଶ ସାହୁ, ଅନିଲ୍ ସାମନ୍ତରାୟ, ପିଣ୍ଟୁ ରାଉତ, ପ୍ରକାଶ ଖିଲାର, ବିଶ୍ୱଜିତ୍ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।