ଦୁଇ ମୁହାଁଣି ପୋଲ ଉପରେ ପାଣି, ଯାତାୟାତ ବ୍ୟାହତ

0

ସମ୍ବଲପୁର,୩ା୮(ସା.ଆ.ମି): ଲଗାଣବର୍ଷା ଯୋଗୁ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକର ପୁରୁଣାଗଡ଼ ଟାଲ ଗ୍ରାମ ଉନ୍ନୟନ ବିଭାଗ ରାସ୍ତାର କେରାଣ୍ଡି ଜୋରରେ ବନ୍ୟା ଆସିବାରୁ ଦୁଇ ମୁହାଁଣି ପୋଲ ଉପରେ ପ୍ରାୟ ୪ ଫୁଟର ପାଣି ଚାଲିଥିଲା। ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିଲା। ପୋଲର ଉଭୟ ପାଶର୍‌ବରେ ଶହଶହ ଗାଡ଼ିମୋଟର ଅଟକି ରହିଥିଲା। ଏପରିକି ଛାତ୍ରଛାତ୍ରୀ ସ୍କୁଲ ଛୁଟି ପରେ ଘରକୁ ଫେରୁଥିବା ସମୟରେ ଅଟକି ରହିଥିଲେ। ରେଢ଼ାଖୋଲକୁ କାମରେ ଆସି ଥିବା ଲୋକମାନେ ମଧ୍ୟ ଅଟକି ରହିଥିଲେ। ଦୁଇମୁହାଁଣି ପୋଲର ଉଚ୍ଚତା ବୃଦ୍ଧି ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ା


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?