ବର୍ଷା ଧୋଇନେଲା କଂକ୍ରିଟ ରାସ୍ତା : ଯାଇ ପାରୁନି ଆମ୍ବୁଲାନ୍ସ

0

ଦେଓଗାଁ: ବଲାଙ୍ଗୀର ସଦର ବ୍ଳକ ଅନ୍ତର୍ଗତ ଶିକା ଛିଡା -ସିନ ଖମନ ପୂର୍ତ୍ତ ରାସ୍ତାରୁ କନକ ପୁର ଗାଁକୁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାକୁ ଗତ କିଛି ମାସ ତଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ମରାମତି କରାଯାଇଥିଲା। ହେଲେ ଲଘୁଚାପ ଜନିତ ଲଗାଣ ବର୍ଷା ମରାମତି କରିଥିବା ସ୍ଥାନର କଂକ୍ରିଟକୁ ଧୋଇନେଇଥିବାବେଳେ ଗାର୍ଡ ୱାଲ ସହ ରାସ୍ତା ଦବି ଯାଇ ଆଁ କରିଛି। ଏହି ରାସ୍ତାଟି ପୋଲ ନିକଟରେ ଦବି ଯିବାରୁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁ ନାହିଁ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି। ୧୨ ଜଣ ଲୋକ ପ୍ରଧାନମନ୍ତ୍ରୀ ଆବାସ ଘର ପାଇଛନ୍ତି ; ହେଲେ ରାସ୍ତା ପାଇଁ ଟ୍ରାକ୍ଟରରେ ସାମଗ୍ରୀ ଗାଁକୁ ନେଇ ପାରୁ ନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ରାସ୍ତା ଦବି ଯିବାଯୋଗୁଁ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଏଣୁ ଏହି ପୋଲକୁ ଶୀଘ୍ର ମରାମତି କରିବାକୁ ସାଧାରଣରେ ଦାବି ହେଉଛି।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?