ଆଗକୁ ଗଣେଶ ପୂଜା: ମୂର୍ତ୍ତି ତିଆରିରେ ନିମଗ୍ନ କାରିଗର
ହିନ୍ଦୋଳ,(ସା.ଆ.ମି): ସମଗ୍ର ଦେଶରେ ପ୍ରଭୁ ଗଣେଶଙ୍କୁ ନୀତି ଅନୁସାରେ ପ୍ରଥମ ପୂଜା କରାଯାଇଥାଏ। ଆଗାମୀ ଦିନରେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କପୂଜା ନିମନ୍ତେ ମୂର୍ତ୍ତି ଗଢ଼ିବା ପାଇଁ ମୂର୍ତ୍ତି ମୂର୍ତ୍ତିକାରୀଗରମାନେ ମାଟି, ପଟ,ନଡା ଆବଶ୍ୟକ ସାମଗ୍ରୀ ଯୋଗାଡ଼ କରି ଶ୍ରୀଗଣେଶଙ୍କର ମୂର୍ତ୍ତି ତିଆରି କରିଥାନ୍ତି। ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗାଲପଡ଼ା ଗ୍ରାମରେ କାରିଗର ମୂର୍ତ୍ତି ତିଆରି କରୁଥିବା ଦେଖିବାକୁ ମିଳିଛି। ପୂଜା ସିଜିନରେ ମୂର୍ତ୍ତି ଗଢିବାକୁ ପେସା କରି ପରିବାର ପୋଷଣ କରୁଥିବା କାରୀଗରମାନଙ୍କ ପାଇଁ ବର୍ତ୍ତମାନ ଅନୁକୂଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ଏହି ମହାନ କୀର୍ତ୍ତି କାରିଗରୀ କଳା ପ୍ରୋତ୍ସାହନ ଓ ସରକାରୀ ସହାୟତା ବିନା ତିଷ୍ଠି ରହିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଗାମୀ ଦିନରେ କାରୀଗର ଏହିଭଳି ମୂର୍ତ୍ତି,କଳା କାରିଗରୀକୁ ବଞ୍ଚାଇ ରଖିବା ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।