ନୟାଗଡ଼ର ନବକଳେବର ପାଇଁ ନକ୍ସା ଅଙ୍କନ, ଚମକିବ ମା’ ମଣିନାଗଙ୍କ ମନ୍ଦିର

0

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁରର ଆରାଧ୍ୟ ଦେବୀ ମାଆ ମଣିନାଗଙ୍କ ପୀଠର ରୂପାନ୍ତରଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଗଞ୍ଜାମର ମାଆ ତାରାତାରିଣୀଙ୍କର ମନ୍ଦିରର ରୂପାନ୍ତରଣ ଭଳି ଏହାର ଉନ୍ନତିକରଣ କରାଯିବ। ନୟାଗଡ଼ ଜିଲ୍ଲାକୁ ରୂପାନ୍ତରଣ ଫର୍ଦ୍ଦରେ ଯୋଡ଼ିବାକୁ ଗ୍ରାଉଣ୍ଡରେ ପହଞ୍ଚିଛନ୍ତି 5T ସଚିବ । ବିକାଶ ରାସ୍ତାରେ ବାଧାଦେଇପାରିନି ପ୍ରତିକୂଳ ପାଗ । ରେନକୋଟ୍ ପିନ୍ଧି ଲୋକଙ୍କ ପାଖରେ ପହଞ୍ଚିଥିଲେ 5T ସଚିବ। ପ୍ରଥମେ ରଣପୁରର ତଳ ମଣିନାଗ ମନ୍ଦିର ପରିଦର୍ଶନ କରି ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିର ବୁଲି ଦେଖିବା ସହିତ ଏହାର ନବକଳେବର ପାଇଁ ଆଲୋଚନା କରିଛନ୍ତି ।‌ ରୂପାନ୍ତରଣ ପାଇଁ ମାଷ୍ଟରପ୍ଲାନ୍ ଦେଖିବା ସହ ପୂଜକ, ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକଙ୍କ ସହିତ ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଥମେ ଉଭୟ ଉପର ଓ ତଳ ମଣିନାଗ ମନ୍ଦିରର ବିକାଶ କରାଯିବ । ଭକ୍ତଙ୍କ ପାଇଁ ସମସ୍ତ ସୁବିଧା ସହିତ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ମଧ୍ୟ ଉନ୍ନତିକରଣ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ପର୍ଯ୍ୟଟନର ବିକାଶ କରାଯିବ। ମନ୍ଦିରର ବିକାଶ ଦ୍ବାରା ଆଧ୍ୟାତ୍ମିକ ସହିତ ପ୍ରାକୃତିକ ପରିବେଶରେ ଅନୁଭୂତି ପାଇବେ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ମନ୍ଦିରର ରୂପାନ୍ତରଣ ପ୍ରକଳ୍ପକୁ ଅନୁମୋଦନ କରିବା ପରେ କାମ ଆରମ୍ଭ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଭିକେ ପାଣ୍ଡିଆନ । ଦୀର୍ଘଦିନ ଧରି ମନ୍ଦିରର ଉନ୍ନତିକରଣ ହୋଇପାରୁନଥିବା ବେଳେ 5T ସଚିବଙ୍କ ପ୍ରତିଶ୍ରୁତି ରଣପୁରବାସୀଙ୍କ ମଧ୍ୟରେ ଖୁସି ଆଣିଦେଇଛି ।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?