ଅନଲାଇନ୍ ଗେମିଂ ଫାର୍ମ ଉପରେ ୨୮% ଜିଏସ୍‌ଟି ଲାଗୁ

0

ନୂଆଦିଲ୍ଲୀ : ଜିଏସ୍‌ଟି କାଉନସିଲର ୫୦ତମ ବୈଠକରେ ବଡ଼ ନିଷ୍ପତ୍ତି ହୋଇଛି । ଅନଲାଇନ୍ ଗେମିଂ, ହର୍ସ ରେସିଂ ଉପରେ ୨୮% ଜିଏସ୍‌ଟି ଲାଗୁ ହୋଇଛି। ଯେତେବେଳେ କି କ୍ୟାନସର ଆଦି ବିରଳ ରୋଗର ଔଷଧ ଉପରୁ ଜିଏସ୍‌ଟି ଛାଡ଼ କରାଯାଇଛି। ସିନେମା ହଲ୍‌ରେ ମିଳୁଥିବା ଖାଦ୍ୟ ଉପରେ ୧୮ରୁ ୫%କୁ ଜିଏସ୍‌ଟି ହ୍ରାସ କରାଯାଇଛି। ଅଶୋଧିତ ତୈଳ ଉପରୁ ୧୮ରୁ ୫%କୁ ଜିଏସ୍‌ଟି ହ୍ରାସ ନେଇ ଘୋଷଣା ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସୂଚନା ଦେଇଛନ୍ତି। ନୂଆଦିଲ୍ଲୀ ଠାରେ ତାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା ସେ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି । ସେବା ଯୋଗାଇ ଦେଉଥିବା ଘରୋଇ କମ୍ପାନୀମାନଙ୍କ ଦ୍ୱାରା ପ୍ରସ୍ତୁତ ସାଟେଲାଇଟ୍ ଲଞ୍ଚର ଉପରେ ମଧ୍ୟ ଜିଏସ୍‌ଟି ଛାଡ କରାଯାଇଛି I


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?