ବାହୁଡ଼ାରେ ଭକ୍ତ ଦିନକୃଷ୍ଣ ଦାସ ସାଧନା ପୀଠରୁ ଭକ୍ତି ଅର୍ଘ୍ୟ ସହ ତୁଳସୀସେବା
ଓଡାପଡା : ଏକଘରିଆ ସ୍ଥିତ ଭକ୍ତକବି ଦିନକୃଷ୍ଣ ସାଧନାପୀଠରୁ ଶ୍ରୀକ୍ଷେତ୍ର ଓ ବିଭିନ୍ନ କ୍ଷେତ୍ରକୁ ତୁଳସୀ ଜୀଉମାନଙ୍କ ସେବା ପାଇଁ ତୁଳସୀ, ନାନା ଫୁଲଫଳ ନେଇ ଚିଣ୍ଟୁବାବ ଯାଇଥାନ୍ତି I ଏଭଳି ପ୍ରକ୍ରିୟା ବିଗତ ଷୋହଳ ମସିହାରୁ ଭକ୍ତଙ୍କ ସାଧନା ପୀଠରୁ ଶ୍ରୀକ୍ଷେତ୍ରକୁ ଷୋହଳ ମସିହାରୁ ବିଭିନ୍ନ ସମୟରେ ତୁଳସୀ ଫୁଲଫଳ ଯାଇଥାଏ I ତୁଳସୀରଥ ଯିବାବେଳେ ରାସ୍ତାର ବିଭନ୍ନ ସ୍ଥାନରେ ଭକ୍ତମାନେ ମଧ୍ୟ ସେହି ତୁଳସୀ ରଥରେ ନିଜର ଭାବ ସହ ପ୍ରଭୁଙ୍କ ନିକଟକୁ ତୁଳସୀ, ଫୁଲ, ଫଳ ସମର୍ପଣ କରିଥାନ୍ତି I ରତ୍ନବେଦିରେ ଥାଇ ପ୍ରଭୁ ଭକ୍ତଙ୍କ ଗୁହାରି ଶୁଣିଥାନ୍ତି I ପବିତ୍ର ଘୋଷଯାତ୍ରା ସମୟରେ ମହାପ୍ରଭୁ ବଡଦାଣ୍ଡରେ ଭାଇଭଉଣୀଙ୍କ ସହ ଭକ୍ତଗହଣରେ ଲୀଳାକରିଥାନ୍ତି I ଭକ୍ତର ଭାବକୁ ପ୍ରଭୁ ଗ୍ରହଣ କରିଥାନ୍ତି I ଏହି କ୍ଷେତ୍ରରୁ ସାତବର୍ଷ ହେବ ବାହୁଡ଼ାରେ ପ୍ରଭୁଙ୍କର
ଶ୍ରୀଅଙ୍ଗ ଲାଗିନିମନ୍ତେ ତୁଳସୀ ମାଳାଯାଇଥାଏ I ଗତବର୍ଷ ତିନିଶହ ଏକୋଇଶି ଫୁଟ ଲମ୍ବର ତୁଳସୀ ମାଳ ଯାଇଥିବାବେଳେ ଚଳିତ ବାହୁଡ଼ାଯାତ୍ରାରେ ଭକ୍ତହାତର ଗୁନ୍ଥା ତୁଳସୀମାଳର ଲମ୍ବ ଜଣାପଡ଼ିନାହିଁ I