୩ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗଦେଲେ ଡାକ୍ତର

0

ନୂଆଗାଁ: ୨୩ /୦୬ (ସା. ଆ. ମି ): ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଚେଷ୍ଟାରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକର ୩ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ ଦେଇଛନ୍ତି ଡାକ୍ତର।

ସୂଚନାନୁଯାୟୀ, ନୂଆଗାଁ ବ୍ଲକ ମଧ୍ୟରେ ଥିବା ୩ ଟି ସ୍ୱାସ୍ଥ୍ୟକେନ୍ଦ୍ରର ବହୁଦିନ ଧରି ଡାକ୍ତର ନଥିଲେ । ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ରହ୍ମପ୍ରସାଦ ଷଡ଼ଙ୍ଗୀ, ଜଗନ୍ନାଥପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସୌମ୍ୟା ଶୁଭଦର୍ଶିନୀ,ବାହାଡଝୋଲା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସୌରଭ ସୁମନ ସ୍ଵାଇଁ ଯୋଗଦେଇଛନ୍ତି । ଏହି ସୂଚନା ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ସତୀଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ନୂଆଗାଁ ବ୍ଲକ ଜନସାଧାରଣ କୃତଜ୍ଞତା ଜଣାଇଛନ୍ତି l


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?