ପଲିଥିନ ମୁକ୍ତ ହେବ ଲିଙ୍ଗରାଜ ମନ୍ଦିର ଅଞ୍ଚଳ

0

ଭୁବନେଶ୍ୱର : ପଲିଥିନ ମୁକ୍ତ ହେବ ଲିଙ୍ଗରାଜ ମନ୍ଦିର ଅଞ୍ଚଳ। ବାହୁଡ଼ାରେ ଏକାମ୍ର ଐତିହ୍ୟ ପ୍ରକଳ୍ପର ଭୂମିପୂଜନ ପୂର୍ବରୁ ବିଏମ୍‌ସିର ବଡ଼ ନିଷ୍ପତି। ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ବ୍ୟାନ ହେବ ପଲିଥିନ। ମନ୍ଦିର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ରୋକିବାକୁ ବିଏମ୍‌ସି ପଦକ୍ଷେପ ନେଇଛି । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏକାମ୍ର ପ୍ରକଳ୍ପର ଶୁଭାରମ୍ଭ ହେବା ଅବସରରେ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଯଜ୍ଞ କରାଯିବ । ମନ୍ଦିର ସମ୍ମୁଖ ଦେବୀ ପାଦହରା ପୁଷ୍କରିଣୀ ନିକଟରେ ଯଜ୍ଞ କରାଯିବ। ସେଠାରେ ସାଧୁସନ୍ଥ ସେବାୟତମାନେ ଓ ବସିବା ବ୍ୟବସ୍ଥା କରାଯିବ । ମନ୍ଦିର ସମ୍ମୁଖ ରାସ୍ତାରେ ସହସ୍ର ଦୀପଜଳିବ ।

ତେବେ ବାହୁଡ଼ାରେ ଏକାମ୍ର ପ୍ରକଳ୍ପର ଭୂମି ପୂଜନ ପ୍ରସ୍ତୁତି ପୂର୍ବରୁ ବିଏମ୍‌ସି କମିଶନର ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ଵ ପରିମଳ ବ୍ୟବସ୍ଥା  ତଦାରଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହାର ଶୁଭ ଦେବେ । ଏହା ସହ ୩ ଦିନିଆ ଯଜ୍ଞରେ ପୂର୍ଣ୍ଣାହୂତି ଦେବେ । ଏଥି ପାଇଁ ବ୍ଲୁ ପ୍ରିଣ୍ଟ ଶେଷ ହୋଇଛି। ଶ୍ରୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ଵ, ବିନ୍ଦୁସାଗର ନିକଟ, ଭଜନ ମଣ୍ଡପ ଅଞ୍ଚଳ ଓ ଲିଙ୍ଗରାଜ ମାର୍କେଟ ଆଦି ଅଞ୍ଚଳ ବିଏମ୍‌ସି କମିଶନର ଓ ଅନ୍ୟ ଅଧିକାରୀ ବୁଲି ଦେଖିଥିଲେ।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?