ଶ୍ରୀମନ୍ଦିର ଗର୍ଭଗୃହର ହେବ ମିଳିତ ଯାଞ୍ଚ
ପୁରୀ ୨୨।୦୬ : ଶ୍ରୀମନ୍ଦିର ଗର୍ଭଗୃହର ହେବ ମିଳିତ ଯାଞ୍ଚ। ଗର୍ଭଗୃହରେ ମୂଷା ଆତଙ୍କ ଗୁରୁତ୍ୱ ଦେଇ ଯାଞ୍ଚ କରାଯିବ। ଆଜି ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରିବ ASI ଟିମ ଓ ବୈଷୟିକ ଟିମ। ସେହିପରି ସିଂହଦ୍ୱାର ରୁପା ଛାଉଣୀ କାମ ମଧ୍ୟ ଅନୁଧ୍ୟାନ କରାଯିବ। ଶ୍ରୀମନ୍ଦିର ସିଂହଦ୍ୱାର ରୂପା କବାଟ ଲାଗିବା ପ୍ରସ୍ତୁତି ଆରମ୍ଭ। ପିତଳ କବାଟ ଖୋଲାଯାଇ ତା ସ୍ଥାନରେ ଲାଗିବ ରୁପା କବାଟ।
ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ଗର୍ଭଗୃହରେ ମୂଷାଙ୍କ ଉତ୍ପାତ ଦେଖାଦେଇଥିଲା । ମୂଷାଙ୍କ ପାଦ୍ରୁଭାବ ଯୋଗୁଁ ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ବିପଦ ଦେଖାଦେଇଥିଲା । ପହଡ ପଡିବା ପରେ ରତ୍ନ ସିଂହାସନକୁ ଆସି ଡିଆଁ ମାରୁଛନ୍ତି ମୂଷା । ଏପରିକି ଶ୍ରୀଜିଉଙ୍କ ଅଙ୍ଗଲାଗି କାଟି ନଷ୍ଟ କରିପକାଉଛନ୍ତି ମୂଷା । ଏହାସହ ଫୁଲମାଳ, ବସ୍ତ୍ର କାଟି ଟିକ୍ ଟିକ୍ କରିଦେଉଛନ୍ତି । ପ୍ରାୟ ବର୍ଷେ ହେବ ମୂଷାମାନେ ଏପରି ଛାରଖାର କରୁଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ହାତ ଟେକିଦେଇଥିଲା । ଆଉ ଏବେ ଆକ୍ସନମୋଡ଼କୁ ଆସିଛି ଶ୍ରୀମନ୍ଦିର ପ୍ରଶାସନ । ଗର୍ଭଗୃହରେ ମୂଷା ଆତଙ୍କ ଗୁରୁତ୍ୱ ଦେଇ ଯାଞ୍ଚ କରାଯିବ। ଆଜି ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରିବ ASI ଟିମ ଓ ବୈଷୟିକ ଟିମ।