ଭିଜିଲାନ୍ସ ଜାଲରେ ମହିଳା ଅଧିକାରୀ
ଭଦ୍ରକ: ଭିଜିଲାନ୍ସ ଜାଲରେ ଭଦ୍ରକର ପୂର୍ବତନ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ବାଲେଶ୍ବର ଓ ଭଦ୍ରକର ୧୧ଟି ସ୍ଥାନରେ ଏକକାଳୀନ ଚଢ଼ଉ କରୁଛି ଭିଜିଲାନ୍ସ। ସେ ସଂପ୍ରତି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ କାର୍ଯ୍ୟରତ। ସୂଚନା ଅନୁଯାୟୀ, ଭଦ୍ରକ ଫିରିଙ୍ଗପାଟଣାରେ ଥିବା ଜୟନ୍ତୀ ବେହେରାଙ୍କ ୩ ମହଲା ବିଶିଷ୍ଟ ବାସଭବନ, ବାଲେଶ୍ୱର ସିଦ୍ଧେଶ୍ୱର କଲୋନିରେ ୩ ମହଲା ଓ ଦୁଇ ମହଲା ବିଶିଷ୍ଟ ଘର, ଭୁବନେଶ୍ୱର ଗୌତମ ନଗର ଅଞ୍ଚଳରେ ଫ୍ଲାଟ୍, ଓଲଡ ଟାଉନ ଅଞ୍ଚଳରେ ରହିଛି ଫ୍ଲାଟ । ଖାଲି ସେତିକି ନୁହେଁ, ଜୟନ୍ତୀଙ୍କ ଭୁବନେଶ୍ବର କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ। ଏଣେ ବାଲେଶ୍ୱର ସୁନହଟରେ ଥିବା ସମ୍ପର୍କୀୟଙ୍କ ଘରେ ବି ଚଢ଼ଉ କରୁଛି ଭିଜିଲାନ୍ସ। ଏହାଛଡ଼ା ଭଦ୍ରକରେ ଥିବା ତାଙ୍କୁ ପୁରୁଣା ଅଫିସରେ ବି ଚଢ଼ଉ କରାଯାଉଛି। ବାଲେଶ୍ବର ଭିଜିଲାନ୍ସ କୋର୍ଟଙ୍କ ଆଦେଶକ୍ରମେ ଏହି ଚଢ଼ଉ କରାଯାଉଥିବା ବେଳେ ଏଥିରେ ଜଣେ ଅତିରିକ୍ତ ଏସପି, ୪ଜଣ ଡିଏସପି, ୮ଜଣ ଇନସ୍ପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିବା ଜଣାଯାଇଛି।