ଶ୍ରମବିଭାଗର ଚଢ଼ାଉ : ଜଣେ ଶିଶୁ ସହ ଚାରି କିଶୋର ଶ୍ରମିକ ଉଦ୍ଧାର

0

ଢେଙ୍କାନାଳ,(ସା.ଆ.ମି ): ସମଗ୍ର ରାଜ୍ୟରେ ଶିଶୁଶ୍ରମିକ, ଶିଶୁନିର୍ଯାତନା ଓ ବାଲ୍ୟବିବାହ ମୁକ୍ତ କରିବାକୁ ମାସ ବ୍ୟାପି ସଚେତନ କାର୍ଯ୍ୟକ୍ରମ ଚାଲୁଥିବାବେଳେ ବୁଧବାର ଓଡାପଡା ବ୍ଲକ ଅଞ୍ଚଳର କେତେକ ଶିଳ୍ପସଂସ୍ଥା, ହୋଟେଲ ଓ ଢାବା ଉପରେ ଶିଶୁସୁରକ୍ଷା, ଚାଇଲଡ ଲାଇନ, ପୋଲିସ ଓ ଡାକ୍ତରଙ୍କ ମିଳିତ ଚଢ଼ାଉରେ ଜଣେ ଶିଶୁ ଓ ଚାରିଜଣ କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି l ଜିଲ୍ଲା ଶ୍ରମଧିକାରୀ ଶ୍ରୀ ସତ୍ୟନାରାୟଣ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ସେଲଟରକୁ ପଠାଇ ଦିଆଯାଇଛି l
ଶିଶୁଶ୍ରମିକ ଆଇନ ଅନୁଯାୟୀ ଶିଶୁ ଓ କିଶୋରମାନଙ୍କୁ କାର୍ଯ୍ୟରେ ବିନିଯୋଗ କରିଥିବା ଶିଳ୍ପ ଉଦ୍ୟୋଗ ଓ ସଂସ୍ଥାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ୨0 ହଜାର ଟଙ୍କା ଜରିମାନା ନିମନ୍ତେ ନିର୍ଦେଶ ଦିଆଯାଇଛି l ଏଭଳି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି l


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?