ଟାଟାପାଓ୍ବାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

0

ବ୍ୟାସନଗର,୨୧ା୬(ସା.ଆ.ମି.): ଯାଜପୁର ଜିଲା ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ ପକ୍ଷରୁ ସ୍ଥାନୀୟ ବିଦ୍ୟୁତ୍‌ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୧ ଦଫା ଦାବି ନେଇ ଏକ ପ୍ରତିବାଦ ସଭା ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବହୁ ପୂର୍ବରୁ ବିଦ୍ୟୁତ୍‌ ବିଭାଗ ଏହା ପ୍ରତି କର୍ଣ୍ଣପାତ ନ କରିବା ଦ୍ୱାରା ଘନ ଘନ ବିଦ୍ୟୁତ୍‌ କାଟ୍‌ ସହିତ ବ୍ୟବସାୟଠାରୁ ଆରମ୍ଭ କରି ସାଧାରଣ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ବିଦ୍ୟୁତ୍‌ ସଂଯୋଗ ନଥିବା ଗ୍ରାହକମାନଙ୍କୁ ମିଥ୍ୟା ବିଲ୍‌ ଦେଇ ଟଙ୍କା ଆଦାୟ କରିବାକୁ ଧମକ ଦେଉଛନ୍ତି। ସରକାର ବିଦ୍ୟୁତ୍‌ ଏକ ମାତୃ ଶିଳ୍ପକୁ ଘରେଇ କମ୍ପାନୀ ହାତରେ ଟେକିଦେଇ ନୀରବ ରହିବା ଓ ବିଦ୍ୟୁତ୍‌ର ସଂସ୍କାର ଆଣିବା ପାଇଁ ୨୦ ହଜାର କୋଟି ଟଙ୍କା ବ୍ୟୟ ଏକ ବ୍ୟାପକ ଘୋଟାଲାର ତଦନ୍ତ କରିବା ସହିତ ଟାଟା ପାଓ୍ବାର୍‌ର ଚୁକ୍ତି ବାତିଲ କରି ନେସ୍କୋକୁ ରାଜ୍ୟ ସରକାର ଚଳାନ୍ତୁ ବୋଲି ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ ପକ୍ଷରୁ ଦାବି କରାଯାଇଛି। ଏହି ଏହି ପ୍ରତିବାଦ ସଭାରେ ଆବାହକ ରାଜେନ୍ଦ୍ର କୁମାର ସାମଲ ବିବେକାନନ୍ଦ ମହାନ୍ତି ଅସିତନନ୍ଦ ବିଶ୍ବାଳ, ପ୍ରଫୁଲ୍ଲ ନାୟକ, ଅଭିମନ୍ୟୁ ମିଶ୍ର, ବିଜୟ କୁମାର ପଣ୍ଡା, ଗୋପୀନାଥ ମହାନ୍ତି, ବିରଞ୍ଚି ନାରାୟଣ ପଣ୍ଡା, ବସନ୍ତ କୁମାର ପାତ୍ର ବାବୁଲାଲ ଗୁରୁ, ନିରଞ୍ଜନ ପରିଡ଼ା, ନୃସିଂହ ଚରଣ ପହୀ, ରବିନାରାୟଣ ନାୟକ, ଜଗନ୍ନାଥ ପତି, ରାଘବ ଚନ୍ଦ୍ର ସାହୁ, ନାରାୟଣ ଜେନା, ମହେନ୍ଦ୍ର କୁମାର ମହାପାତ୍ର, ନେତ୍ରମଣି ମାରାଣ୍ଡି, ଜିତେନ୍ଦ୍ର ବେହେରା, ସଂଜୀବ କୁମାର ନାୟକ ପ୍ରମୁଖ ସାମିଲ ଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ଯାଜପୁର ରୋଡ ଆଦର୍ଶ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ମହାପାତ୍ର ହସ୍ତକ୍ଷେପ ଯୋଗୁ ଅଧୀକ୍ଷଣ ଯନ୍ତ୍ରୀ ଅନନ୍ତ ନାରାୟଣ ବିଶୋଇ କର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ ଓ ଟାଟା ପାଓ୍ବାରର ଅଧିକାରୀମାନେ ଆଲୋଚନା କରିଥିଲେ। ୩୩ କେଭି ବିଦ୍ୟୁତ୍‌କରଣ କାର୍ଯ୍ୟ ସପ୍ତାହକ ମଧ୍ୟରେ ଶେଷ କରିବା ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?