ତୃତୀୟଥର ଆକ୍ରମଣର ଶିକାର ହେଲେ ଢେଙ୍କାନାଳର ବିଜେଡି ନେତା କାହ୍ନୁଚରଣ

0

ଢେଙ୍କାନାଳ,୧୫ା୬(ସା.ଆ.ମି): ଢେଙ୍କାନାଳ ଜିଲ୍ଲାର ପୂର୍ବତନ ବିଜେଡି ଉପସଭାପତି କାହ୍ନୁଚରଣ ସାହୁଙ୍କୁ ତାଙ୍କ କାମକ୍ଷାନାଗରସ୍ଥିତ ବାସଭବନ ସମ୍ମୁଖରେ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ଦୁଇ ରାଉଣ୍ଡ ଗୁଳି ତାଙ୍କ ହାତ ଓ ଗୋଡ଼ରେ ବାଜିଛି। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଉପକଣ୍ଠ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯଇଛି। ପୂର୍ବରୁ ମଧ୍ୟ ଦୁଇଥର ତାଙ୍କ ଉପରେ ଏଭଳି ମରଣାତ୍ମକ ଆକ୍ରମଣ ହୋଇଥିଲା।

ଗତ ୧୮ ଅକ୍ଟୋବର ୨୦୨୦ରେ ତାଙ୍କ ଘର ଓ ଗାଡ଼ି ଉପେର ବୋମାମାଡ ହୋଇଥଲା ଫଳରେ କାର୍‌ଟି ନଷ୍ଟ ହୋଇଯାଇଥିଲା। ସେହିପରି ୨୦୨୨ରେ ମଧ୍ୟ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ମାଡ଼ ମାରି ଅପହରଣ ଉଦମ୍ୟ କରିଥିଲେ। ଗୁଳିମାଡ଼ ଘରଣାର ପ୍ରତିକ୍ରିୟାରେ ଢେଙ୍କାନାଳ ଏସ୍‌ପି କହିଛନ୍ତି, କାହ୍ନୁଙ୍କୁ ଆକ୍ରମଣ କରିଥିqବା ଦୁର୍ବୃତ୍ତମାନେ ପୂର୍ବ ଆକ୍ରମଣକାରୀଙ୍କ ସହଯୋଗୀ ବୋଲି ଅନୁମାନ କରାଯାଉଛି। ଅପହରଣକାରୀମାନେ ଏବେ ବି ଜେଲ୍‌ରେ ଅଛନ୍ତି। ଜେଲ୍‌ରେ ଥାଇ ସେମାନେ ଏଭଳି କାଣ୍ଡ ରଚି ଥାଇ ପାରନ୍ତି ବୋଲି ଏସ୍‌ପି କହିଛନ୍ତି। ଘଟଣାସ୍ଥଳରେ ଫରେନ୍‌ସିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିବା ସହ ଅପରାଧୀଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଅପରାଧୀମାନଙ୍କୁ ଧରିବା ପାଇଁ ଏସ୍‌ପି କହିଛନ୍ତି।

ଅନ୍ୟପକ୍ଷରେ ଏଭଳି ଘଟଣାରେ କାମାକ୍ଷାନଗରବାସୀ ଭୟଭୀତ ହୋଇପଡ଼ିଛନ୍ତି। ଯେଉଁଠାରେ ନେତା ଅସୁରକ୍ଷିତ ଜନତା କେତେ ସୁରକ୍ଷିତ ସାଧାରଣ ଜନତା ପ୍ରଶ୍ନ ଉଠାଇଛନ୍ତି। ଯେଉଁଠି ସରକାରୀ ଦଳର ମନ୍ତ୍ରୀଙ୍କୁ ଦିନଦ୍ୱିପ୍ରହରରେ ଗୁଳି କରି ହତ୍ୟା କରାଯାଉଛି ତ ଆଉ କେଉଁଠି ଗୁଳିମାଡ଼ ହେଉଛି। ତେବେ କାହ୍ନୁଚରଣଙ୍କ ଉପରେ କାହିଁକି ବାରମ୍ବାର ଗୁଳିମାଡ଼ ହେଉଛି, ତା’ର ମାଷ୍ଟରମାଇଣ୍ଡ କିଏ
ସେନେଇ ତଦନ୍ତ ଜରୁରୀ।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?