ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ
ଓଡାପଡା,୧୨l୬( ସା.ଆ.ମି): ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସଭାକକ୍ଷରେ ଅଧ୍ୟକ୍ଷା ସସ୍ମିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗଦେଇ
ଜନସାଧାରଣଙ୍କ ସମସ୍ତ ଅଭିଯୋଗ ଶୁଣିଥିଲେ l ଜିଲ୍ଲା ଓ ବ୍ଲକସ୍ତରୀୟ ବିଭାଗୀୟ ଅଧିକାରୀମାନେ
ଉପସ୍ଥିତ ରହି ଅଭିଯୋଗକାରୀଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି l ସୂଚନାନୁଯାୟୀ, ୫୭ଟି ଅଭିଯୋଗ ପଞ୍ଜୀକରଣ କରାଯାଇଥିଲା l ପଇଁଚାଳିଶଟି ବ୍ୟକ୍ତିଗତ ଓ ବାରଟି ସାମୁହିକ ଅଭିଯୋଗ ଥିବାବେଳେ ସେଥିରୁ ବାରଟି ଅଭିଯୋଗକୁ ଶିବିରରେ ସମାଧାନ କରାଯାଇଛି l ଅବଶିଷ୍ଟ ଅଭିଯୋଗ ବିଭାଗୀୟ ଅଧିକାରୀଙ୍କୁ ବିଚାର ନିମନ୍ତେ ହସ୍ତାନ୍ତର କରାଯାଇଛି l ଏଥିସହ ରେଡ଼କ୍ରସ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଗରିବ ଚିକିତ୍ସାଧୀନ ବ୍ୟକ୍ତି, ସରକାରୀ ସ୍ୱାସ୍ଥ୍ୟ ବୀମାରୁ ବଞ୍ଚିତ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ସେବା ଓ ବିଦେଶରେ କାର୍ଯ୍ୟରତ ସମୟରେ ମୃତକଙ୍କ ପରିବାରଙ୍କୁ ନଗଦ ୬୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି l ସରକାରଙ୍କ ମୋ ଘର ଯୋଜନା, ଆବାସ ଯୋଜନା ଆଦିର ଉଚିତ୍ ସେବା ପ୍ରଦାନ ନିମନ୍ତେ ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି l ଜିଲ୍ଲାପାଳ ଓ ସ୍ଥାନୀୟ ଜନପ୍ରତିନିଧିଙ୍କର ପ୍ରୟାସକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି l