ବିଦ୍ୟୁତ ସଂସ୍ପର୍ଶରେ ଆସି ୬ଶ୍ରମିକ ଗୁରୁତର
ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଘର କାମ କଲା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୬ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ସମସ୍ତ ଆହତ ଶ୍ରମିକଙ୍କୁ ବାଲିଆପାଳ ମେଡିକାଲରେ ଭର୍ତ୍ତି କରାଯାଇଛି। ସୋମବାର ସକାଳେ ବାଲିଆପାଳ ବସଷ୍ଟାଣ୍ଡ ନିକଟରେ ରହୁଥିବା ବାବୁ ସେଠୀଙ୍କ ନାମକ ଜଣେ ବ୍ୟକ୍ତି ଘରେ ନିଲ ଟନ୍ ପଡ଼ୁଥିଲା।। ୬ରୁ୭ ଜଣ ଶ୍ରମିକ ଏହି କାମରେ ନିୟୋଜିତ ଥିଲେ। ଶ୍ରମିକମାନେ ଲୁହା ରଡ୍କୁ ଟେକି ଉଠାଇବା ବେଳେ ଲୁହା ରଡ୍ଟି ଛାତ ଉପର ଦେଇ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଲୁହା ରଡ୍ଟି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯିବା ଫଳରେ ୬ ଜଣ ଶ୍ରମିକ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ୬ଜଣ ଶ୍ରମିକ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରି ବାଲିଆପାଳ ମେଡିକାଲରେ ଭର୍ତ୍ତି କରାଯାଇଛି। ୨ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୪ ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।