୫୧୬ କିଗ୍ରା ଗଞ୍ଜେଇ ଜବତ, ୨ ଗିରଫ
ନନ୍ଦପୁର: କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ଅନ୍ତର୍ଗତ ବାଡେଲ ଗାଁ ନିକଟରେ ୫୧୬ କିଲୋଗ୍ରାମ୍ ଗଞ୍ଜେଇ ଜବତ କରାଯାଇଛି। ସେଠାରେ ଥିବା ୨୧ଟି ଜରି ବ୍ୟାଗରେ ୫୧୬ କିଲୋଗ୍ରାମ୍ ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେଦୁହେଁ ହେଲେ ବାଡେଲର ଯୋଗେଶ୍ୱର ସୁକ୍ରି ଏବଂ ବିହାରର ହରେନ୍ଦର ଯାଦବ। ତେବେ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଥିବା ଜଣାଯାଇଛି। ଏନେଇ ନନ୍ଦପୁର ପୁଲିସ ଅଧିକ ତଦନ୍ତ କରୁଛି।
ଗତକାଲି ଗଞ୍ଜେଇ ଚାଲାଣ ଖବର ପାଇ ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତଙ୍କ ତତ୍ୱାବଧାନରେ ଆଇଆଇସି ସବ୍ୟସାଚୀ ଶତପଥୀଙ୍କ ନେତୃତ୍ୱରେ ଏକ ଟିମ ବାଡ଼େଲ ଗାଁ ନିକଟ ଏକ ସ୍ଥାନରୁ ଚାଲାଣ ପାଇଁ ଗଚ୍ଛିତ ଗଞ୍ଜେଇ ସହ ଦୁଇ ଜଣଙ୍କୁ ଗିରଫ କରି। ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଡ଼େଲ ଗାଁର ଯୋଗେଶ୍ୱର ସୁକ୍ରି ଓ ବିହାର ରାଜ୍ୟର ହରେନ୍ଦ୍ର ଯାଦବ। ସେଠାରୁ ୨୧ଟି ଜରି ବସ୍ତାର ଗଞ୍ଜେଇ ଜବତ କରି ଦୁଇଜଣଙ୍କୁ ପୋଲିସ ଗିରଫ କରିଛି | ଏସ ଆଇ, ଏଚ ଆର ବେନୀୟା ତଦନ୍ତକାରୀ ଅଧିକାରୀ ଭାବେ ରହି କେସ ନଂ ୭୯/୨୩ରେ ଏନ ଡିପିଏସ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।