ବାରଦା ବାଲିଘାଟ ପାଇଁ ନିୟମ ସବୁ ପାଣିର ଗାର ସଦୃଶ୍ୟ
କିଶନନଗର : କଟକ ଜ଼ିଲ୍ଲା କିଶନନଗର ତହସିଲ ଅଧିନସ୍ଥ ବାରଦା ବାଲି ଘାଟରେ ନିୟମକୁ ଖୋଲା ଖୋଲି ଭାବେ ଉଲ୍ଲଙ୍ଘନ ହେଉଛି | ବିନା ୱାଇ ଫର୍ମରେ ବାଲି ପରିବହନ କରାଯାଉଛି | ତହସିଲ ଦ୍ୱାରା ଯେଉଁ ସୀମା ନିର୍ଧାରଣ କରାଯାଇଛି ତା ବାହାରୁ ବାଲି ଉଠା ଯାଉଛି କିପରି ବୋଲି ପ୍ରଶ୍ନଉଠୁଛି? ନଦୀ ବନ୍ଧ ଦେଇ ଶହ ଶହ ହାଇୱା ବୋଝେଇ ଟ୍ରକରେ ବାଲି ପରିବହନ ହେବା ଫଳରେ ନଦୀ ବନ୍ଧ ଦୁର୍ବଳ ହେବା କାରଣରୁ ଆଗାମୀ ବନ୍ୟାରେ ବିପଦ ହୋଇପାରେ ବୋଲି ବୁଦ୍ଧିଜୀବିଙ୍କ ମତ, ଏହା ଉପରେ ସରକାର ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଅଞ୍ଚଳବାସି ଦାବି କରିଛନ୍ତି | ଏଥିରୁ ପୁରା ଅନୁମେୟ ହେଉଛି କି ପ୍ରଶାସନ ଏବଂ ବାଲି ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହେତୁ ସମ୍ଭବ ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି |ନଦୀ ବନ୍ଧ ଦେଇ କଟକ ପ୍ରତିଦିନ ସହ ସହ ଲୋକ ଯିବା ଆସିବା କରିଥାନ୍ତି କିନ୍ତୁ ଏବେ ତାହା ସମ୍ଭବ ହୋଇପାରୁନାହିଁ କାରଣ ଦିନ ରାତି ସହ ସହ ହାଇୱା ସେହି ନଦୀ ବନ୍ଧ ଦେଇ ବାଲି ପରିବହନ ହେଉଛି ଯାହାକି ପୁରା ନିୟମ ବିରୁଦ୍ଧ |