ସ୍କୁଲ୍‌ରେ ୮୦ ଛାତ୍ରୀଙ୍କୁ ଦିଆଯାଇଛି ବିଷ

0

କାବୁଲ: ସ୍କୁଲ୍‌ମାନଙ୍କରେ ବିଷ ଦିଆଯାଇଥିବା ପ୍ରାୟ ୮୦ଜଣ ଛାତ୍ରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ବୋଲି ଆଫଗାନିସ୍ତାନର ଜଣେ ଶିକ୍ଷା ବିଭାଗ ଅଧିକାରୀ କହିଥିବା କଥା ‘ଫକ୍ସ ନିଉଜ୍‌’ ରିପୋର୍ଟ କରିଛି।

ଉକ୍ତ ରିପୋର୍ଟ ଅନୁସାରେ, ଆଫଗାନିସ୍ତାନର ଉତ୍ତର ପ୍ରାନ୍ତରେ ଥିବା ସାର୍‌-ଏ-ପୁଲ୍‌ ପ୍ରଦେଶରେ ଶନିବାର ଓ ରବିବାର ଦିନ ଏଭଳି ଘଟଣା ଘଟିଛି।

ପ୍ରାଦେଶିକ ଶିକ୍ଷା ବିଭାଗର ନିର୍ଦେଶକ ମହମ୍ମଦ୍‌ ରହମାନି କହିଛନ୍ତି, ସଙ୍ଗ୍‌ଚରକ୍‌ ଜିଲ୍ଲାରେ ୧ମରୁ ୬ଷ୍ଠ ଶ୍ରେଣୀରେ ପଢୁଥିବା ଛାତ୍ରୀମାନଙ୍କୁ ବିଷ ଦିଆଯାଇଛି। ନସ୍‌ୱାନ-ଏ-କାବୋଦ୍‌ ଆବ୍‌ ସ୍କୁଲ୍‌ ର ୬୦ଜଣ ଛାତ୍ରୀ ଓ  ନସ୍‌ୱାନ୍‌-ଏ-ଫୈଜାବାଦ ସ୍କୁଲ୍‌ର ୧୭ଜଣ ଛାତ୍ରୀଙ୍କୁ ବିଷ ଦିଆଯାଇଛି।

ଦୁଇଟିଯାକ ପ୍ରାଥମିକ ବିଦ୍ୟାଳୟ ପାଖାପାଖି ଅବସ୍ଥିତ। ଗୋଟିଏ ସ୍କୁଲ୍‌ରେ ବିଷ ଦିଆଯିବା ପରେ ଆଉ ଗୋଟିଏ ସ୍କୁଲ୍‌ରେ ବିଷ ଦିଆଯାଇଥିଲା। ଆମେ ଉକ୍ତ ଛାତ୍ରୀମାନଙ୍କୁ ଡାକ୍ତରଖାନାକୁ ନେଇ ଆସିଲୁ। ଏବେ ସମସ୍ତେ ଭଲ ଅଛନ୍ତି ବୋଲି ରହମାନି କହିଛନ୍ତି। ଏ ସଂକ୍ରାନ୍ତରେ ଶିକ୍ଷା ବିଭାଗର ତଦନ୍ତ ଚାଲିଛି।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?