ମଣିପୁରରେ ପେଟ୍ରୋଲ ଲିଟର ପିଛା ୨ଶହ ଟଙ୍କା

0

ଇମ୍ଫାଲ : ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷକୁ ନେଇ ଅଶାନ୍ତ ହୋଇ ପଡ଼ିଥିବା ମଣିପୁର ସ୍ଥିତି ଏବେ ବି ଶାନ୍ତ ପଡ଼ିନି। ସଂଘର୍ଷ ଥମିଥିଲେ ବି ଏହାର ସାଇଡ ଇଫେକ୍ଟରେ ଅତିଷ୍ଟ ହୋଇପଡ଼ୁଛନ୍ତି ଇମ୍ଫାଲବାସୀ। ଶାରୀରିକ ତାଡ଼ନାକୁ ଆର୍ଥିକ କଷ୍ଟ ବି ବଳି ଯାଉଛି। ସବୁଠୁ ହାହାକାର ଛାଇ ଯାଇଛି। ଚାରିଆଡ଼େ ଛାଇ ଯାଇଛି ନୀରବତା

ସ୍ଥିତିକୁ ଆୟତ୍ତକୁ ଆଣିବାକୁ ସେନା ଦୁଇ ନଂ ଜାତୀୟ ରାଜପଥକୁ ବ୍ଲକ୍‌ କରିଦେବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଧରି ଆସୁଥିବା ଟ୍ରକ୍‌କୁ ଇମ୍ଫାଲ ଭିତରକୁ ପ୍ରବେଶ ଅନୁମତି ମିଳୁନି। ଫଳରେ ରାତାରାତି ସବୁ ଜିନିଷ ଦାମ୍‌ ଦୁଇ ଗୁଣା ହୋଇ ଯାଇଛି। ଜୀବନ ରକ୍ଷାକାରୀ ମେଡିସିନର ଅଭାବ ଦେଖାଦେଇଛି। ଚାଉଳଠୁ ଆରମ୍ଭ କରି ଅତ୍ୟାବଶ୍ୟବ ସାମଗ୍ରୀ ଦାମ୍‌ ରାତାରାତି ୨ ଗୁଣରୁ ଅଧିକ ବଢ଼ି ଯାଇଛି। ଏପରିକି ପେଟ୍ରୋଲ ଲିଟର ପିଛା ପାଇଁ ଏଠାରେ ୨ଶହ ଟଙ୍କା ଗଣିବାକୁ ପଡ଼ୁଥିବା ବେଳେ ପମ୍ପ ଆଗରେ କିଲୋମିଟର ବ୍ୟାପି ଲାଗି ରହିଛି ଲମ୍ବା ଲାଇନ୍‌।

ମିଥି ଓ କୁକି ସମ୍ପ୍ରଦାୟ ମଧ୍ୟରେ ଲାଗିଥିବା ଏହି ସଂଘର୍ଷ ପାଇଁ ଉଭୟ ଗୋଷ୍ଠଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ୁଛି। ଉଭୟ ସମ୍ପ୍ରଦାୟର ବହୁ ଲୋକ ନିଜ ବାସସ୍ଥାନ ହରାଇ ଏବେ ହଜାର ହଜାର କିମି ଦୂରରେ ଥିବା ଶରଣାର୍ଥୀ କ୍ୟାମ୍ପରେ ରହିବାକୁ ବାଧ୍ୟ ହେଉଛନ୍ତି। ଇଣ୍ଟରନେଟ ସେବାକୁ ବ୍ୟାହତ କରାଯାଇଥିବାରୁ ବାହ୍ୟ ଜଗତ ସହ ସେମାନେ ବିଚ୍ଛିନ୍ନ ହୋଇ ଯାଇଛନ୍ତି। ଏଥିସହ ସହରର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଲାଗୁଥିବା ବେଳେ ମାତ୍ର କିଛି ଘଣ୍ଟା ପାଇଁ ତାହାକୁ କୋହଳ କରାଯାଉଛି।


Leave a Reply

Your email address will not be published. Required fields are marked *

error: Content is protected !!
Call Now Button
× How can I help you?